ପ୍ରତିଶ୍ରୁତି ପରେ ଶ୍ରୀବନ୍ତଦେଇପୁର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଧାରଣା ପ୍ରତ୍ୟାହୃତ

0 72

ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଦୁରୁଦୁରା ପଂଚାୟତର ଶ୍ରୀବନ୍ତଦେଇପୁର ଉନ୍ନିତ ଉଚ୍ଚ ବିଦ୍ୟାଳୟର ଶ୍ରେଣୀଗୃହ ଓ ଶିକ୍ଷକ ଅଭାବକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ବିଦ୍ୟାଳୟରେ ୩ ଦିନ ଧରି ତାଲା ପକାଇ ବନମାଳିପୁରୁ ରାସ୍ତା ଅବରୋଧ କରିଥିଲେ । ଏ ସଂପର୍କରେ ଖବର ପାଇଁ ଆଜି ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ ନାୟକ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ବିଦ୍ୟାଳୟର ଶିକ୍ଷକ ସମସ୍ୟା ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
ସୂଚନା ମୁତାବକ ନୂଆଗାଁ ବ୍ଲକ ଅନ୍ତର୍ଗତ ଦୁରୁଦୁରା ପଂଚାୟତର ଶ୍ରୀବନ୍ତଦେଇପୁର ଉନ୍ନିତ ଉଚ୍ଚ ବିଦ୍ୟାଳୟ ୧୯୩୨ ମସିହାରେ ପ୍ରାଥମିକ ବିଦ୍ୟାଳୟ ଭାବେ ଆରମ୍ଭ ହୋଇଥିଲା । ଗତବର୍ଷ ହାଇସ୍କୁଲର ମାନ୍ୟତା ପାଇଥିଲା । କିନ୍ତୁ ଏ ବର୍ଷ ସୁଦ୍ଧା ୧୫୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୫ଟି ଶ୍ରେଣୀଗୃହ ଥିବାରୁ ପାଠ ପଢ଼ିବାରେ ସମସ୍ୟା ହେଉଥିଲା । ଏହି ବିଷୟରେ ବିଦ୍ୟାଳୟ ଶିକ୍ଷା କମିଟି ଓ ଅଭିଭାବକମାନେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କିନ୍ତୁ ସମାଧାନ ନ ହୋଇଥିବାରୁ ଧାରଣା ବସିଥିଲେ ।

hiranchal ad1
Leave A Reply

Your email address will not be published.

four × 2 =