କନ୍ଧମାଳ ଜିଲ୍ଲାର ୨ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଜାତୀୟ ଗୁଣାତ୍ମକ ମାନକ ସାର୍ଟିଫିକେଟ ପାଇବାକୁ ଯୋଗ୍ୟ ବିବେଚିତ

0 89

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଗୋଛପଡା ଓ ଖଜୁରୀପଡା ବ୍ଲକର ବାରିକୁମ୍ପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରଥମ ଥର ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାତୀୟ ଗୁଣାତ୍ମକ ମାନକ ସାର୍ଟିଫିକେଟ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଗତ ମାର୍ଚ୍ଚ ୨୨-୨୬ପର୍ଯ୍ୟନ୍ତ ଦୁଇଜଣ ବିଶେଷଜ୍ଞ ଦୁଇଟି ମେଡ଼ିକାଲ ପରିଦର୍ଶନରେ ଆସି କିଭଳି ପରିବେଶ ରହିଛି, ମାନବ ସମ୍ବଳ, ଚିକିତ୍ସା ସୁବିଧା, ପାଥୋଲୋଜି ଟେଷ୍ଟ ଓ ରୋଗୀଙ୍କ ସହ ବ୍ୟବହାର ଇତ୍ୟାଦି ପଚାରି ବୁଝିଥିଲେ । ସେଥିରେ ସନ୍ତୋଷ ପ୍ରକାଶ କରି ରିପୋର୍ଟ କରିଥିବାରୁ ବାରିକୁମ୍ପା ଓ ଗୋଛପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଏହି ପୁରସ୍କାର ବାବଦରେ ତିନି ବର୍ଷ ପର୍ଯ୍ୟନ୍ତ ଦୁଇ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଦୁଇଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯୋଗାଇ ଦିଆଯିବ । ଜିଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏହି ମାନକ ସାର୍ଟିଫିକେଟ ପାଇ ନଥିଲା ବେଳେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଥିବାରୁ କନ୍ଧମାଳ ଜିଲାପାଳଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଦୁଇଟି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଆଗକୁ ଅଧିକ ଗୁଣାତ୍ମକ ସେବା ଜିଲାର ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରୁ ଲୋକମାନେ ପାଇବେ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

16 + seven =