ଉପାନ୍ତ ଅଞ୍ଚଳରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

0 82

ହରଭଙ୍ଗା ୧୦/୪:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ତଥା ତଳଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୧୯୨ ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୧୭୧ ଟି ବ୍ୟକ୍ତିଗତ ସମସ୍ୟା,୨୦ ଟି ସାମୁହିକ ଅଭିଯୋଗ ଆସିଥିଲା । ସେଥିରୁ ୯୪ ସମସ୍ୟାର ତତ୍କାଳ ସମାଧାନ କରାଯାଇଥିଲା । ୨୮ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ଲକ୍ଷ ୨ହଜାର ଟଙ୍କା ପ୍ରଦାନ ସହିତ ଜିଲ୍ଲା ରେଡକ୍ରସ ଫଣ୍ଡରୁ ଜଣଙ୍କୁ ୫ହଜାର ଟଙ୍କା ସହାୟତା ଦିଆଯାଇଥିଲା । ବିଧବା. ବାର୍ଦ୍ଧକ୍ୟ, ଅବିବାହିତ, ସ୍ୱାମୀ ପରିତ୍ୟକ୍ତା ୮ଜଣ ମହିଳାଙ୍କୁ ଭତା କାର୍ଡ ପ୍ରଦାନ ସହ ତୁରନ୍ତ ୫ଶହ ଲେଖାଏଁ ଭତ୍ତା ପ୍ରଦାନ କରାଯାଇଥିଲା । ୭ଜଣକୁ ୩ଚକିଆ ଯାନ, ୩ଜଣଙ୍କୁ ହୁଇଲ ଚେୟାର,୨ଜଣଙ୍କୁ ଆଶାବାଡି ଦିଆଯାଇଥିବା ଜଣାପଡିଛି । ଏହି ଶିବିରରେ ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କଁହର, ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାୟକ, ତହସିଲଦାର ଶମ୍ଭୁ ଭୂଷଣ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତିକାନ୍ତି ବଳିୟାର ସିଂଙ୍କ ସମେତ ଜିଲ୍ଲା ଓ ବ୍ଲକର ବିଭିନ୍ନ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚପ୍ରତିମା କଁହର, ପି ଇ ଓ ଗୁରୁଚରଣ ସେଠି ପ୍ରମୁଖ ଉପସ୍ଥିତ ଥିଲେ ।ପରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିବା ୫ଟି ସ୍କୁଲ ତଳଗାଁ, ଗ୍ରାମ୍ୟ ହାଟ ପିଣ୍ଡି, ମେଡିକାଲ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ ସହ ଅସମ୍ପୂର୍ଣ କାର୍ଯ୍ୟଗୁଡିକ ତୁରନ୍ତ ସାରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

fifteen − 4 =