ପାଟଣାଗଡ : ପାଟଣାଗଡ଼ ଥାନା ବଥର୍ଲା ଗାଁର ନିକଟରେ ହୋଇଥିବା ଡକାୟତ ଘଟଣାର ଅଭିଯୁକ୍ତ ମାନଙ୍କୁ ୭ବର୍ଷ ପାଇଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ପାଟଣାଗଡ଼ ଆସିଷ୍ଟାଣ୍ଟ ସେକ୍ସନ ଜଜ୍ । ଦଣ୍ଡିତ ହୋଇଥିବା ଅଭିଯୁକ୍ତମାନେ ହେଲେ ଆୱାଜ ମେହେର, ରଞ୍ଜନ ବଗର୍ତ୍ତୀ ଓ ପ୍ରଶାନ୍ତ ଦାମୋଦର ଗତ ୨୩.୧୦.୨୦ ତାରିଖ ଦିନ ଖପ୍ରାଖୋଲ ବୁଢ଼ୀବାହାଲ ଗାଁର ମାନସ ସାହୁ ଓ ସାଇରାମ ସାହୁ ଏକ ମଟର ସାଇକଲରେ ପାଟଣାଗଡ଼ ଷ୍ଟେଟ ବ୍ୟାଙ୍କରୁ ୩ ଲକ୍ଷ ୫୦ ହଜାର ଉଠାଇ ଘରକୁ ଯାଉଥିବା ବେଳେ ବଥର୍ଲା ନୂଆବନ୍ଧ ନିକଟରେ ୬ଜଣ ଦୁବୃର୍ତ୍ତ ହାତରେ ଅସ୍ତ୍ରଶସ୍ତ୍ର ଧରି ଆକ୍ରମଣ କରିବା ସହ ସବୁଟଙ୍କା ଲୁଟି ନେଇଥିଲେ । ଏନେଇ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ୪ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚଲାଣ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଅନ୍ୟଦୁଇ ଅଭିଯୁକ୍ତ ଶିବ କୁମ୍ଭାର ଓ ରାଜୁ ବାଗ ଘଟଣା ଦିନରୁ ହିଁ ଫେରାର ଅଛନ୍ତି । ତେବେ ବିଚାର ଚାଲିଥିବା ସମୟରେ ହିଁ ଜଣେ ଅଭିଯୁକ୍ତ ପିତବାସ ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ୩ ଜଣଙ୍କୁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି ଏନେଇ ସରକାରୀ ଓକିଲ ପ୍ରଶାନ୍ତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।