ଖରିଆରରୋଡ଼ରେ ଆଇପିଏଲ ବେଟିଂ, ଛତିଶଗଡ଼ର ୫ ଯୁବକ ଗିରଫ

0 59

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଖରିଆରରୋଡ଼ ସହରରେ ଆଇପିଏଲ ଚାଲିଥିବାବେଳେ ପୁଲିସର ଚଢଉ । ଏହି ଚଢଉ ସମୟରେ ପୁଲିସ ଛତିଶଗଡ଼ ରାଜ୍ୟର ୫ଜଣ ଯୁବକଙ୍କୁ ଗିରଫ କରିବା ସହ ୪ ଲ୍ୟାପଟପ୍‌, ୨୧ ମୋବାଇଲ, ୧୫ ଏଟିଏମ୍‌ କାର୍ଡ, ୧୦ ଚେକବୁକ୍‌ ଜବତ କରିଛି । ସୂଚନା ଅନୁଯାୟୀ, ଗତକାଲି ଖରିଆରରୋଡ଼ ସହର ରାମ ମନ୍ଦିର ପଛପଟେ ଆଇପିଏଲ ବେଟିଂ ଚାଲିଥିଲା । ଜୋଙ୍କ ଆଇଆଇସି କୈଳାଶଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ଅରବିନ୍ଦ ମେହେରଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍‌ ଖବରପାଇ ଚଢ଼ଉ କରିଥିଲା । ସେଠାରୁ ବେଆଇନ ଆଇପିଏଲ ବେଟିଂ ଅଭିଯୋଗରେ ଛତିଶଗଡ଼ ରାଜ୍ୟ ବେମେତରା ଓ ରାଜନନ୍ଦଗାଁ ଜିଲ୍ଲାର ୫ଜଣ ଯୁବକଙ୍କୁ ଗିରଫ କରିଥିଲା । ସେଠାରୁ ୪ ଲ୍ୟାପଟୋପ, ୨୧ମୋବାଇଲ, ବିଭିନ୍ନ ବ୍ୟାଙ୍କର ୧୫ଟି ଏଟିଏମ୍‌ କାର୍ଡ, ୧୦ଟି ଚେକବୁକ ଓ ୫ଟି ବ୍ୟାଙ୍କ ପାସବୁକ ଜବତ କରିଥିଲେ । ଏ ନେଇ ଅଧିକ ତଦନ୍ତ ଚାଲିଥିବା ଜୋଙ୍କ ଥାନାରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ଏସପି ଜିଆର ରାଘବେନ୍ଦ୍ର ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

9 + 13 =