ଉଦନ୍ତୀ ମହୋତ୍ସବର ଦ୍ୱିତୀୟ ଦିବସରେ ଡାଲଖାଇ ଜାଇଫୁଲରେ ଦୁଲକିଲା ମଞ୍ଚ

0 81

ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି, କଳା, ସାହିତ୍ୟ, ସଂସ୍କୃତି ଓ ଜନଜୀବନର ପର୍ବ ଉଦନ୍ତୀ ମହୋତ୍ସବ -୨୦୨୩ର ଦ୍ୱିତୀୟ ସନ୍ଧ୍ୟା ଚିତ୍ତାକର୍ଷକ ଥିବାବେଳେ ଦର୍ଶକମାନଙ୍କ ପ୍ରବଳ ଭିଡ଼ ଦେଖାଯାଇଥିଲା । ଏହି ମହୋତ୍ସବର ସନ୍ଧ୍ୟାକାଳୀନ ସାଂସ୍କୃତିକ ସଭାରେ ସିନାପାଲି ବ୍ଳକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ନୀଳମଣି ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ନୂଆପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝି ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଖଳିଆଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ସିନାପାଲ ସରପଞ୍ଚ ସଙ୍ଘର ସଭାପତି କୁଟୁରାମ ସୁନାନୀ, ମହୋତ୍ସବ କମିଟି ଉପସଭାପତି, ଶଶି ଭୂଷଣ ମାଝି ପ୍ରମୁଖ ମଞ୍ଚାସିନ ଥିଲେ ।

hiring

ପ୍ରାରମ୍ଭରେ ଧ୍ରୁବଚରଣ ପ୍ରଧାନ ଅତିଥି ମାନଙ୍କୁ ମଞ୍ଚ ଆମନ୍ତ୍ରଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ପରେ ଅତିଥି ମାନଙ୍କ ଦ୍ୱାରା ନୂତନ ମନ୍ତ୍ରପାଠ କରାଯାଇଥିଲା । ଏହାକୁ ସିନାପାଲି ସତ୍ୟସାଇ ସେବା ସମିତି ପରିଚାଳନା କରିଥିଲା । ପରେ ସିନାପାଲି ସ୍ୱର ସଂଗମ କଳା ପରିଷଦ ଅନୁଷ୍ଠାନର ସଭାପତି ତ୍ରିନାଥ ମେହେର ଓ ସାଥୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । କମିଟିର ସାଧାରଣ ସମ୍ପାଦକ ପ୍ରିୟରଞ୍ଜନ ମେହେର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।

ସେହିପରି ଗୌତମ ମେହେର ସ୍ମୃତି ସ୍ମାରକୀ ପ୍ରଦାନ ଓ ପୁରସ୍କାର ବିତରଣ ପରିଚାଳନା କରିଥିବା ବେଲେ ଶେଷରେ ପ୍ରସନ୍ନ ମାଝି ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମରେ ଦର୍ଶକମାନେ ବିଭୋର ହୋଇ ଉଠିଥିଲେ । ଢୋଲ, ନିଶାନ, ତାସା, ମାନ୍ଦଲର ତାଳେ ତାଳେ ମଞ୍ଚ ଦୁଲୁକି ଉଠିଥିଲା । ଏ ଉତ୍ସବରେ ପାଟଣାଗଡ଼ ଘୁଙ୍ଗରୁ କଳା ପରିଷଦର ନାମଫୁଲ ଓ ଲିକିରି କିରି ନୃତ୍ୟ, ବାଳାଙ୍ଗିର ଜିଲ୍ଲା ତୁଷୁରାର ସାନ ବଡ଼ ଘୁଡୁକା, ମଣିପୁରର ଆଦିବାସୀ ନୃତ୍ୟ, ଲୋହିସିଂହାର ଢାପ ନୃତ୍ୟ ସାଙ୍ଗକୁ ସମ୍ବଲପୁରି ପିନ୍ଧନଫଟାର ବାମ୍ପ ଲୋକ ମାନଙ୍କ ମନ ମୋହିଥିଲା ।

hiranchal ad1
Leave A Reply

Your email address will not be published.

18 − 16 =