ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷ ଠାରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରୟଣ ଦେବଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଅଛି । ୨୬ ଅପ୍ରେଲ ସକାଳ ୭ ଘଣ୍ଟା ସମୟରେ ବଜାର ଛକ ନିକଟସ୍ଥ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରୟଣ ଦେବଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟା ଅର୍ପଣ କରାଯିବ ପରେ ପରେ ମହାରାଜାଙ୍କ ସ୍ମୃତି ସୌଧରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ । ଏକ ଶୋଭଯାତ୍ରା ସକାଳ ୭ ଘଟିକା ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ବୀରବାଦ୍ୟ ଦଳ, ପାଇକ ଆଖଡ଼ା ଦଳ ସହରର ଜନସାଧାରଣ ଏବଂ ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ସହଯୋଗରେ ଏକ ଶୋଭାଯାତ୍ରା ବଜାର ଛକ ନିକଟସ୍ଥ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବଙ୍କ ପ୍ରତି ମୂର୍ତ୍ତିରୁ ବାହାରି ମହାରାଜାଙ୍କ ସ୍ମୃତି ସୌଧ ଅଭିମୁଖେ ଯାତ୍ରା କରାଯିବ । ଶୋଭାଯାତ୍ରା ସମୟରେ ଯାନବାହାନ ନିୟନ୍ତ୍ରଣ ବ୍ୟବସ୍ଥା, ଜରୁରୀକାଳୀନ ସେବା, ପାନୀୟ ଜଳର ବ୍ୟବସ୍ଥା ଏବଂ ସନ୍ଧ୍ୟା ସମୟରେ ଏକ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ନେଇ ସମସ୍ତ ସଭ୍ୟସଭ୍ୟାମାନଙ୍କ ଦ୍ୱାରା ଫୁଙ୍ଖାନୁଫୁଙ୍ଖ ଆଲୋଚନା କରାଯାଇଅଛି ।
ଏହି ପ୍ରସ୍ତୁତି ବୈଠକରେ ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ବୀରେନ୍ଦ୍ର କୁମାର ଦାସ, ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ବରିଷ୍ଠ ନାଗରିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ, ସହରର ବରିଷ୍ଠ ନାଗରିକ, ବୁଦ୍ଧିଜୀବି ଏବଂ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଗଣ ବୈଠକରେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.