ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସଭାପତି ସରୋଜ କମ୍ପଙ୍କ ସଭାପତିତ୍ୱରେ ସ୍ଥାନୀୟ ଟାଉନହଲ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଅର୍ଥ, ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ ପ୍ରଥମେ ଏକ ବିରାଟ ପଟୁଆରରେ ବସଷ୍ଟାଣ୍ଡ ନିକଟସ୍ଥ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ପରେ ସଭାସ୍ଥଳକୁ ଆସିଥିଲେ । ମାନଭଞ୍ଜନ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଉପସ୍ଥିତ ସମସ୍ତ ନେତୃମଣ୍ଡଳୀ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ସ୍ମୃତି ଚାରଣ ପୂର୍ବକ ସେ ଯେ କେବଳ ଏକ କାଳଜୟୀ ରାଜନେତା ନଥିଲେ ବରଂ ତାଙ୍କର ଅଦ୍ୱିତୀୟ ବ୍ୟକ୍ତିତ୍ୱ ପାଖରେ ବିରୋଧୀ ବି ସଦା ହାର ମାନୁଥିଲେ ତାଙ୍କର ଦୂରଦୃଷ୍ଟିକୁ ସାକାର କରିବା ପାଇଁ ତାଙ୍କର ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ସମଗ୍ର ଭାରତ ବର୍ଷରେ ଏକ ଅପ୍ରତିଦ୍ୱନ୍ଦୀ ରାଜନେତା ଭାବରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବରେ ଗଢ଼ି ତୋଳିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ଉପସଭାପତି ରମେଶ ପୂଜାରୀ, ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ଜିଲ୍ଲା ପରିଷଦ ସଭ୍ୟ ମଧୁସୂଦନ ହୋତା, ଶଙ୍କର ସା, ସୋନପୁର ପୌରପରିଷଦର ଅଧ୍ୟକ୍ଷା ତାମସି ତାମସ୍ମିତା ନାୟକ,ପୂର୍ବତନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ଟାଉନ ସଭାପତି ଜନ୍ମେଜୟ ପାତ୍ର, ମକରଧ୍ୱଜ ସାହୁ, ନାରାୟଣ ଲୁହା, ସିତୁନ ମିଶ୍ର, ରିତା ପାତ୍ର, ହିମାଂଶୁ ଶେଖର ବିଶ୍ୱାଳ ତଥା ସମସ୍ତ ବ୍ଲକର ବିଜୁ ଜନତା ଦଳ ସଭାପତି ସମ୍ପାଦକ ଉପସ୍ଥିତ ରହି ବିଜୁ ବାବୁଙ୍କ ସ୍ମତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।