ରାଜ୍ୟ ଉନ୍ନୟନ କମିଶନରଙ୍କ ହରିଶଙ୍କର ଗସ୍ତ, ବୁଲି ଦେଖିଲେ ଉନ୍ନୟନମୂଳକ କାମ

0 214

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରକୁ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ମଙ୍ଗଳବାର ଗସ୍ତ କରିଥିଲେ । ଏହି ଅବସରରେ ହରିଶଙ୍କର ମନ୍ଦିର ଚତୁପାର୍ଶ୍ୱର ଉନ୍ନୟନ କାମ ବୁଲି ଦେଖିବା ସହ କାମର ଅଗ୍ରଗତି ସମ୍ପର୍କରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ଅର୍ଜୁନ ବେହେରାଙ୍କୁ ପଚାରିଥିଲେ । ପରେ ଝରଣା ଚାରି ପାଖ, ହରିଶଙ୍କର ମନ୍ଦିର, ଠାକୁର ଦର୍ଶନ କରିଥିଲେ । କାମ ତୁରନ୍ତ ଶେଷ କରିବାକୁ କହିଥିଲେ । ଆଗାମୀ ସେପ୍ଟେମ୍ବର ମାସ ପୂର୍ବରୁ କାମ ଶେଷ ହେବ ବୋଲି ଉନ୍ନୟନ କମିଶନର ଅନୁ ଗର୍ଗ ଗଣମାଧ୍ୟମକୁ ଜଣାଇଥିଲେ । ଏହି ଅବସରରେ ମନ୍ଦିର ଉନ୍ନୟନ ପାଇଁ ଦେବୋତ୍ତର ବିଭାଗ ତରଫରୁ ବିଭିନ୍ନ ଟିକସ ସଂଗ୍ରହ, ଗାଡ଼ି ପାସ, ପାର୍କିଂ ଫି’, ଅନ୍ନ ଭୋଗ, ଶୁଖା ଭୋଗ, ନଡ଼ିଆ ଭୋଗ ବିକ୍ରି କାମ ମହିଳା ସ୍ୱୟଂ ସହାୟକ ଦଳ କରୁଥିବାରୁ ଖୁସି ବ୍ୟକ୍ତ କରିଥିଲେ । ପରେ ମିଶନ ଶକ୍ତି ମହିଳାଙ୍କ ଦ୍ୱାରା ପରିଚାଳିତ କାଫେ ଓ ରେଷ୍ଟୁରାଣ୍ଟ ବୁଲି ଦେଖିବା ସହ ପରିଚାଳନା କରୁଥିବା ମହିଳା ଗୋଷ୍ଠୀଙ୍କୁ ତାଙ୍କ ରୋଜଗାର ସମ୍ପର୍କରେ ପଚାରି ବୁଝିଥିଲେ । ଏହି ଅବସରରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ପାଟଣାଗଡ ଉପଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ, ମିଶନ ଶକ୍ତି ଡିପିଏମ୍‌ ସୁମନ ଦ୍ୱିବେଦୀ, ଖପ୍ରାଖୋଲ ବିଡ଼ିଓ ରଶ୍ମି ରଞ୍ଜନ ରାଉତ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ, ଦେବୋତ୍ତର କମିଟି ସଦସ୍ୟ ଇନ୍ଦୁ ଭୂଷଣ ଠାକୁର, ଅଭୟ ତ୍ରିପାଠୀ, ସନ୍ତୋଷ ଭାଇଁସାଲ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

3 × 1 =