ଜିଲ୍ଲାସ୍ତରୀୟ ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟ

0 110

ନବରଙ୍ଗପୁର : ସମଗ୍ର ଜିଲ୍ଲାରେ କିଶୋରୀମାନଙ୍କୁ ସଶକ୍ତି କରାଇ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରାଇବା ନିମନ୍ତେ ଜିଲ୍ଲା ପ୍ରଶାସନ ଆଉପାଦେ ଆଗକୁ ଆଗେଇଛି । ବିଶେଷ କରି ଖେଳ ମାଧ୍ୟମରେ କିଶୋରୀମାନଙ୍କ ମନରେ ଦୃଢତା ଆଣିବା ସହିତ ଯୁବସମାଜ ମଧ୍ୟରେ ଲିଙ୍ଗଗତ ଭେଦଭାବ ଦୂରକରିବା ସହିତ “ବାଲ୍ୟବିବାହକୁ ନା, ବିଦ୍ୟାଳୟକୁ ହଁ’ର ଲକ୍ଷ୍ୟ ନେଇ ଜିଲ୍ଲାସ୍ତରୀୟ ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ନବରଙ୍ଗପୁର ଷ୍ଟାଡିୟମ ଠାରେ ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ୟୁନିସେଫ ଓ ଆକ୍ସନଏଡର ମିଳିତ ପ୍ରୟାସ ଅନୁଷ୍ଠିତ ହୋଇଥଲା । ସରକାରଙ୍କ ଦ୍ୱାରା ଏଗାରରୁ ଉଣେଇଶି ବର୍ଷର କିଶୋରୀ କିଶୋରୀ ମାନଙ୍କୁ ସଶକ୍ତି କରାଇବା ନିମନ୍ତେ ଚାଲିଥିବା ଅଦ୍ୱିକା କାର୍ଯ୍ୟ କ୍ରମରେ ଭାଗ ନେଉଥବା କିଶୋରୀମାନଙ୍କୁ ନେଇ ଏହି ଜିଲ୍ଲା ସ୍ତରୀୟ ଅଦ୍ୱିକା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଭାଗନେଇଥିଲେ । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭାଗନେଇଥିବା ସମସ୍ତ କିଶୋରୀମାନେ ପୁଅମାନଙ୍କ ପରି ସମକକ୍ଷ ଭାବରେ ଉଚକୋଟିର ଖେଳ ପଦର୍ଶନ କରିଥିଲେ । ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମିହିଳା ଓ ଶିଶୁ ବିକାଶ ବିଭାଗର ସ୍ୱତନ୍ତ୍ର ସଚିବ ରୀନା ମହାପାତ୍ର ଜିଲ୍ଲାରେ ବାଳିକାଙ୍କର ଉତ୍ତୋରତୋର କାମନା କରିବା ସହିତ ପ୍ରତ୍ୟେକ କିଶୋରୀମାନେ ପୁରୁଷ ମାନଙ୍କ ସହିତ ସମକ୍ଷ ହୋଇ ନିଜକୁ ଗଢି ତୋଳିବା ପାଇଁ ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମାଜର କାର୍ଯ୍ୟକ୍ରମ ପ୍ରବନ୍ଧକ ନିଜର ବକ୍ତବ୍ୟରେ ବାଳିକାମାନଙ୍କର ବୌଦ୍ଧିକ ଓ ଶାରୀରିକ ତଥା ମାନସିକ ବିକାଶ କ୍ଷେତ୍ରରେ ଖେଳର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବରେ ଯୋଗଦେଇ ଆକ୍ସନଏଡ କାର୍ଯ୍ୟକ୍ରମ ପ୍ରବନ୍ଧକ ଘାସିରାମ ପଣ୍ଡା ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ହେବା ଦ୍ୱାରା କିଶୋରୀ ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଶକ୍ତି ବିକାଶ ହେବା ସହିତ ଯୁବସମାଜ ମଧ୍ୟରେ ଲିଙ୍ଗଗତ ଭେଦଭାବ ଦୂରକରିବା ଏବଂ “ବାଲ୍ୟବିବାହକୁ ନା, ବିଦ୍ୟାଳୟକୁ ହଁ ର ବାର୍ତ୍ତା ସମାଜରେ ପହଞ୍ଚି ପାରିବ ବୋଲି ଆଶାବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ୍ତ କୁମାର ନାଗ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ, ଜିଲ୍ଲା କ୍ରୀଡା ଅଧିକାରୀ ମହେନ୍ଦ୍ର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ବାଲ୍ୟବିବାହ ନିଷେଧ ଅଧିକାରୀ କାଞ୍ଚନ ପଣ୍ଡା, ଆକ୍ସନଏଡର ଜିଲ୍ଲା ପରାମର୍ଶଦାତା ଫକିର ଚରଣ ରାଉତ, ପ୍ରସନ୍ନ ମିଶ୍ର ଦଳପତି ମାଝି, ପୂର୍ବତନ ସିଡିପିଓ ମନୋରମା ମାଝି ପ୍ରମୁଖ ଉପସ୍ଥିତ ରହି ସମାଜରେ ଯୁବସମାଜ ମଧ୍ୟରେ ଲିଙ୍ଗଗତ ଭେଦଭାବ ଦୂରକରିବା ସହିତ “ବାଲ୍ୟବିବାହକୁ ନା, ବିଦ୍ୟାଳୟକୁ ହଁ’ ଦିଗରେ ଖେଳର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟଟିକୁ ପ୍ରଭାତ ପଟ୍ଟନାୟକ, ମନୋରଞ୍ଜନ ପ୍ରହରାଜ, ଗୋପାଳକୃଷ୍ଣ ପଟ୍ଟନାୟକ, ଅଟଳ ହୋତା, ପୁରବୀ ପରିଡା, ଉଷା ରାଣୀ ପ୍ରଧାନ, ଲାଇଲା ଭତ୍ରା, ମଧୁସ୍ମିତା ସ୍ୱାଇଁ ପରିଚଳନା କରିଥିଲେ । ଟୁର୍ଣ୍ଣାମେଣ୍ଟଟିରେ ଭାଗ ନେଇଥିବା ସମସ୍ତ ଦଳକୁ ମୁଖ୍ୟ ଅତିଥି ତଥା ସ୍ୱତନ୍ତ୍ର ସଚିବ ଶ୍ରୀମତି ମହାପାତ୍ର ପୁରସ୍କୃତ କରିଥିଲେ ।

hiranchal ad1
Leave A Reply

Your email address will not be published.

10 − 8 =