ବାଲିଗୁଡାରେ ବୈଷୟିକ ଶିକ୍ଷା ସଚେତନ ରଥ ପରିକ୍ରମା

0 143

ବାଲିଗୁଡା: ବର୍ତ୍ତମାନ ସମୟରେ ବୈଷୟିକ ଶିକ୍ଷାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଶା ନଲେଜ କର୍ପୋରେସନ ଲିମିଟେଡ଼ (ଓକେସିଏଲ) ଓଡିଶାର ପ୍ରତ୍ୟେକ ଜିଲ୍ଳାରେ ବୈଷୟିକ ଶିକ୍ଷା ସଚେତନ ରଥ ଭ୍ରମଣ କରୁଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ଓକେସିଏଲ ଅଧିନସ୍ଥ ୟୁଆଇସିଟି କମ୍ପ୍ୟୁଟର ସେଣ୍ଟରଠାରୁ ଏହି ରଥକୁ ବାଲିଗୁଡା ସେଣ୍ଟର ପରିଚାଳକ ବିଦେଶୀ ମହାରଣା ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ସମଗ୍ର ସହର ପରିକ୍ରମା କରିଥିଲା । ଏଥିରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଛାତ୍ରଛାତ୍ରୀଙ୍କୁ ବୈଷୟିକ ଶିକ୍ଷାର ଆବଶ୍ୟକତାକୁ ଜଣାଇ ଓକେସିଏଲର ଏଭଳି କାର୍ଯ୍ୟକୁ ଶ୍ରୀ ମହାରଣା ସାଧୁବାଦ ଜଣାଇଥିଲେ । ଓଡିଶା ସରକାର ଇଲେକ୍ଟ୍ରୋନିକ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଓ ମହାରାଷ୍ଟ୍ର ନଲେଜ କର୍ପୋରେସନରେ ମିଳିତ ଉଦ୍ୟମରେ ଓଡିଶା ନଲେଜ କର୍ପୋରେସନ ଦ୍ୱାରା ସମଗ୍ର ରାଜ୍ୟରେ ଜନସାଧାରଣଙ୍କ ନିକଟରେ କିପରି କମ୍ପ୍ୟୁଟର ଶିକ୍ଷା ପହଞ୍ଚିପାରିବ ତାହାର ସୁବନ୍ଦୋବସ୍ତ କରିଛନ୍ତି ଏବଂ ଓଏସ-ସିଆଇଟି ଭଳି ଉନ୍ନତ ମାନର କମ୍ପ୍ୟୁଟର ପାଠ୍ୟକ୍ରମର ତାଲିମ ଦେଉଛନ୍ତି । ଏହି ପାଠ୍ୟକ୍ରମରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀ ମାନଙ୍କୁ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଦ୍ୱାରା ସଫଳତା ପ୍ରମାଣ ପତ୍ର ଦିଆଯାଉଛି । ଯେଉଁ ପ୍ରମାଣପତ୍ର ମାଧ୍ୟମରେ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାର, କେନ୍ଦ୍ର ସରକାର, ବେସରକାରୀ ସଂସ୍ଥା ଏବଂ ବିଭିନ୍ନ କର୍ମ ନିୟୋଜନ ସଂସ୍ଥାରେ ନିଯୁକ୍ତି ପାଇଁ ମଧ୍ୟ ଆବେଦନ କରିପାରିବେ । ଜାଲ ସାର୍ଟିଫିକେଟ ଦେଉଥିବା ସଂସ୍ଥାଠାରୁ ଦୂରେଇ ରହିବାକୁ ସଚେତନ କରିବା ସହ ଓଡିଶା ସରକାରଙ୍କ ଓଏସ-ସିଆଇଟି ଭଳି ଉନ୍ନତ ମାନର ପାଠ୍ୟକ୍ରମ ପଢିବାକୁ ସ୍ଥାନୀୟ ୟୁଆଇସିଟି କମ୍ପୁଟର ସେଣ୍ଟରର ପରିଚାଳକ ଶ୍ରୀ ମହାରଣା ପରାମର୍ଶ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

16 − 11 =