ସିନାପାଲିରେ ଅଖି ମୁଠି ଅନୁକୂଳ

0 97

ସିନାପାଲି:ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଯୁଗେନପଦର ଠାରେ କୃଷୀ ବିଭାଗ ଦ୍ୱାରା ଅକ୍ଷୟ ତୃତୀୟା ଅବସରରେ ଅଖି ମୁଠି ଅନୁକୂଳ କରଯାଇଛି । କୃଷି ବିଭାଗ କାର୍ଯ୍ୟାଳୟ ପଛ ପଟେ ଥିବା ଜମିରେ ହଲ କରିବା ସହ ଅଖୀ ମୁଠି ଅନୁକୂଳ କରଯାଇଛି । ସିନାପାଲି ଅଞ୍ଚଳର ଆଦର୍ଶ ଚାଷୀ ଉଗ୍ରସେନ ମାଝି ଏହାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସିନାପାଲି ବ୍ଲକ କୃଷି ଅଧିକାରିଣୀ ଦିପ୍ତିମୟୀ ବାରିକ ପ୍ରଥମେ ପୂଜା କାର୍ଯ୍ୟ କରି ଅନୁକୂଳ କରିଥିଲେ । ଅକ୍ଷୟ ତୃତୀୟା ଅବସରରେ ମିଲେଟ ମିଶନ ଦ୍ୱାରା ମାଣ୍ଡିଆ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଥିଲା । କୃଷି ବିଭାଗ ତରଫରୁ ୬ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୦ ହଜାର ଲେଖାଏଁ ସିଡ ମନି ଦିଆଯାଇଥିଲା । ଏହି ଅବସରରେ ସିନାପାଲି ଅଞ୍ଚଳର ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ । ଚଳିତ ବର୍ଷ ଭଲ ଅମଳ ସାଙ୍ଗକୁ ଭଲ ବର୍ଷା ହେବା ନେଇ ଆଶା କରି ମଙ୍ଗଳ କାମନା କରିଥିଲେ । ଅଖି ମୁଠି ଅନୁକୂଳ ସମୟରେ ଜିଲ୍ଲାପରିଷଦ ସଦସ୍ୟ ଆଶା ଜୈନ, ପୁଷ୍ପାଞ୍ଜଳି ଗୁଆଲ, ଅତିରିକ୍ତ କୃଷୀ ଅଧିକାରୀ ସୁଧାଂଶୁ ମେହେର, ସରପଞ୍ଚ ସଙ୍ଘ ସଭାପତି ଖୁଟୁରାମ ସୁନାନୀ, ଉଦ୍ୟାନ ବିଭାଗରୁ ଦିଗାମ ଶବର, ମୃତ୍ତିକା ସଂରକ୍ଷଣ ବିଭାଗରୁ ରାକେଶ ମେହେର, ଜଳ ବିଭାଜିକା ମିଶନର କିଶୋର ନାଏକ, ପ୍ରାଣୀ ବିଭାଗ ସର୍ଜନ ବିକାଶ ସେଠୀ, ଏଫ୍‌ ଆଇଏସି ଅଧ୍ୟକ୍ଷ ବୃନ୍ଦାବନ ପଟେଲ, ଅତିରିକ୍ତ ମତ୍ସ୍ୟ ବିଭାଗ ଅଧିକାରୀ ଭବାନୀ ଶଙ୍କର ପଣ୍ଡା, କୃଷି କର୍ମଚାରୀ ଖିତିସ ପାତ୍ର ସମେତ କୃଷକ ସାଥି, ଏଟିଏମ, ବିଟିଏମ ସମେତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଓ ଅଞ୍ଚଳର ଚାଷୀ ମାନେ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

thirteen + 1 =