କାଳ ବୈଶାଖୀ ପ୍ରଭାବରେ ବ୍ୟାପକ ତରଭୁଜ ଓ ଡ଼ାଳୁଅ ଧାନ ନଷ୍ଟ, ସରକାରୀ ସହାୟତା ପାଇଁ ଦାବି

0 246

ହରଭଙ୍ଗା : ଆଜି ଦିନ ତମାମ ମୁଣ୍ଡ ଫଟା ଖରା ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ହଠାତ ଅପରାହ୍ନରେ ପାଗ ପରିବର୍ତ୍ତନ ସହ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର କେତେକ ସ୍ଥାନରେ କୁଆ ପଥର ବର୍ଷାସହ ଝଡ଼ ପବନ ହୋଇଥିଲା । ଏହାର ପ୍ରଭାବରେ ବ୍ଲକର ରାମଗଡ଼ ପଞ୍ଚାୟତରେ ଭୀଷଣ କୁଆପଥର ହେବାସହ ଲୋକଙ୍କ ଚାଳ ଛପର ଉଡାଇ ନେଇଥିବା ଜଣାପଡିଛି । ଏଥିରେ ରାମଗଡ଼ ଗ୍ରାମରେ ପ୍ରାୟ ୭୦ ରୁ ୮୦ଗୋଟି ପରିବାର ୨୨ହେକ୍ଟର ଚାଷ ଜମିରେ କରିଥିବା ତରଭୁଜ ଫସଲ ନଷ୍ଟ ହୋଇଥିବା ବେଳେ ପ୍ରଗଳପୁର ଓ ପଲଶାପାଟ ଗ୍ରାମରେ ହୋଇଥିବା ଏକର ଏକର ଜମିର ଡ଼ାଳୁଅ ଧାନ ଚାଷ ନଷ୍ଟ ହୋଇଥିବା ସୂଚନା ମିଳିଛି ।

hiring

ସତେ ଯେମିତି ଅଦିନିଆ କାଳ ବୈଶାଖୀ ରାମଗଡ଼ ପଞ୍ଚାୟତ ଏକ କାଳ ଭଳି କିଛି ସମୟ କାୟା ବିସ୍ତାର କରି ରହିଥିଲା । ଏହାର ନିଶ୍ଚକ ସତ୍ୟ ଘଟଣା ଏବେବି ଆମ୍ବ ଗଛ ତଳେ କୁଢ଼ କୁଢ଼ ସଦ୍ୟ ଆମ୍ବ ଫଳ ପଡି ରହିଛି । ତରଭୁଜ ଚାଷ ନଷ୍ଟ ହେବାସହ କୋଇଲିସୁତା, ରାମଗଡ ଗ୍ରାମରେ କେତେକ ପରିବାରର ଚାଳ ଛପର ଉଡିଯିବାର ସତ୍ୟତା ପରେ ଟନ ଟନ ତରଭୁଜ କୁଆପଥର ମାଡ଼ରେ ପଚି ସଢ଼ି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଅଦିନିଆ ବାତ୍ୟା ପ୍ରଭାବକୁ ଅନୁଧ୍ୟାନ କରି ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଅଧିକାରୀ ଓ କୃଷି ବିଭାଗର କର୍ମଚାରୀ ବିଭିନ୍ନ କ୍ଷୟକ୍ଷତିର କ୍ଷେତ୍ର ପରିଦର୍ଶନ କରୁଥିବା ବେଳେ କ୍ଷତିଗ୍ରସ୍ତ ଚାଷୀ ମଦନ ସାହୁ, ଛବି ଗାଈଗୌରିଆ, ସତ୍ୟବାନ ଥାଟି, ଅଶୋକ ଭୋକ୍ତା, ଶୁଭେନ୍ଦୁ ଯୋଶୀ, ସୁବ୍ରତ ବେହେରା ପ୍ରମୁଖ ସମସ୍ତ ଚାଷୀ ମାନେ ଅଧିକାରୀଙ୍କୁ ଘେରି ତୁରନ୍ତ କ୍ଷୟକ୍ଷତିର ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

20 + seven =