ବାଲିଗୁଡ଼ାରେ ମା’ ପାଟ୍ଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା, ମା’ଙ୍କ ନଗର ପରିକ୍ରମା ଆରମ୍ଭ

0 372

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଇଷ୍ଟ ଦେବୀ ମା’ ପାଟ୍ଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ଚଳିତ ମାସ ୨୩ ତାରିଖରୁ ଆରମ୍ଭ ହୋଇଛି । ଦୁର୍ଗାପୂଜା ସମିତି ଆନୁକୁଲ୍ୟରେ ମା’ଙ୍କ ଯାତ୍ରା ଧୁମ୍‌ଧାମରେ ପାଳନ ହେଉଥିବା ବେଳେ ମଙ୍ଗଳବାର ଠାରୁ ମା’ଙ୍କ ନଗର ପରିକ୍ରମା ଆରମ୍ଭ ହୋଇଛି । ବାଲିଗୁଡ଼ା ସୁନାପଙ୍ଗା ସାହିର ସୁରେଶ କୁମାର ପତି ବ୍ୟକ୍ତିଗତ ଭାବେ ଯଥା ରିତିନିତୀ ପ୍ରକାରେ ମା’ଙ୍କୁ ନିମନ୍ତ୍ରଣ କରି ମା’ ବରାଳ ଦେବୀ ମନ୍ଦିର ନିକଟସ୍ଥ ଅସ୍ଥାୟୀ ପିଠରୁ ସୁନାପାଙ୍ଗାସାହି ସ୍ଥିତ ନିଜ ବାସ ଭବନକୁ ବିରାଟ ପଟୁଆରରେ ନେଇଥିଲେ । ମା’ଙ୍କ ନଗର ପରିକ୍ରମା ସମୟରେ ପ୍ରତି ଘରେ ଲୋକେ ଭୋଗ ବାଢ଼ିବା ସହ ମା’ଙ୍କ ପୂଜାର୍ଚ୍ଚନା କରିଥିଲେ । ମା’ଙ୍କୁ ପାଖରେ ପାଇ ଭାବ ବିହ୍ୱଳ ହୋଇପଡ଼ିଥିଲେ ସାହି ବାସିନ୍ଦା । ଅନ୍ୟପଟେ ସାରା ସହରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ମା’ଙ୍କ ଏହି ଯାତ୍ରା ଆସନ୍ତା ମଇ ମାସ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ।

hiranchal ad1
Leave A Reply

Your email address will not be published.

sixteen + nineteen =