ସୁବର୍ଣ୍ଣପୁର: ସୋନପୁର ସହରର ପଟାଭାଡି କୋଶଳ ଉଚ୍ଚ ବିଦ୍ୟାଳୟ ପାଖରେ ଥିବା ମାରୁତି ନଗରର ନିର୍ମାଣଧୀନ ଅବସ୍ଥାରେ ଥିବା ହନୁମାନ ମୂର୍ତ୍ତି ପାଖରେ ଥିବା ଫରେଷ୍ଟ କଲୋନୀକୁ ଯିବା ରାସ୍ତା ମଝିରେ ବିପଦଜନକ ଅବସ୍ଥାରେ ଏକ ୧୧ କେଭି ବିଦ୍ୟୁତ୍ ଖୁଣ୍ଟ ରହିଛି ଯାହା ଫଳରେ ଫରେଷ୍ଟ କଲୋନୀକୁ ଯାତାୟାତ ପାଇଁ ଚାରିଚକିଆ ଯାନ ଯଥା ସ୍କୁଲ ଭେନ୍, ଅଳିଆ ଆବର୍ଜନା ନେଉଥିବା ଗାଡି, ଆମ୍ବୁଲାନ୍ସ ଯିବା ଆସିବାରେ ବାଧା ସୃଷ୍ଟି ହେଉଛି । ଏ ସମ୍ପର୍କରେ ସ୍ଥାନୀୟ ବିଦ୍ୟୁତ୍ ଡିଭିଜନ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଉକ୍ତ ଖୁଣ୍ଟକୁ ରାସ୍ତା ମଝିରୁ ସ୍ଥାନାନ୍ତର କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶଯୋଗ୍ୟ ଯେ ଏକଦା ଖାଲିଥିବା ସ୍ଥାନରେ ମନଇଚ୍ଛା ବିଦ୍ୟୁତ ବିଭାଗ ଖୁଣ୍ଟ ପୋତିଥିବାବେଳେ ପରବର୍ତ୍ତୀ ସମୟର ବିଭିନ୍ନ ଅଧିବାସୀଙ୍କ ପକ୍ଷରୁ ଆପତ୍ତି ଉଠାଯାଇ ସ୍ଥାନାନ୍ତରିତ ହୋଇଛି ହେଲେ ଏକ୍ଷେତ୍ରରେ ବିଭିନ୍ନ ସମୟରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପାଖରେ କଲୋନୀ ବାସିନ୍ଦା ଜଣାଇଥିଲେ ହେଁ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ଅକଥନୀୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଏପରି ବିପଦପୂର୍ଣ୍ଣ ଖୁଣ୍ଟକୁ ସ୍ଥାନାନ୍ତର କରାଯିବା ପାଇଁ କଲୋନୀବାସୀଙ୍କ ଦାବି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସଚେତନବର୍ଗ ଅନୁରୋଧ କରିଛନ୍ତି ।