ଓଡ଼ିଶା-ଛତିଶଗଡ ସୀମାରେ ପୋଲିସ୍‌ ଓ ମାଓବାଦୀ ଗୁଳି ବିନିମୟ,ଆପତ୍ତିଜନକ ଜିନିଷ ସହ ବିପୁଳ ମାଓ ସାମଗ୍ରୀ ଜବତ

0 99

ନବରଙ୍ଗପୁର: ପୋଲିସ ଆରଓ ଅଫିସ ପରିସର ମଧ୍ୟରେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରି ନବରଙ୍ଗପୁର ଠାରେ ଓଡିଶା-ଛତିଶଗଡ଼ ସୀମା ବର୍ତ୍ତୀ ଅଞ୍ଚଳରେ ଦୁଇ ଏସଓଜି ଦଳ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ପ୍ରଦାନ କରିଥଲେ । ଗତ ୨୫.୪.୨୦୨୩ ତାରିଖ ଦିନ ମଧ୍ୟ ରାତ୍ରୀରେ ଗୋଇନ୍ଦା ସୂଚନା ପାଇ ଦୁଇ ଏସଓଜି ଦଳ କମ୍ବିଂ ଅପରେସନରେ ବାହାରି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଓ ଓଡ଼ିଶା ସୀମା ଛତିଶଗଡ଼ ରାଜ୍ୟର ଗରିଆବନ୍ଧ ଅଞ୍ଚଳର ଶୋଭା ସ୍ଥିତ ଘଞ୍ଚ ଅରଣ୍ୟ ଭିତରେ ମାଓବାଦୀ ଥିବା କ୍ୟାମ୍ପକୁ ଘେରାଉ କରିଥିଲେ । ସର୍ଚ୍ଚ ଅପରେସନ ଜାରି ଥିବା ବେଳେ ୨୬.୪.୨୩ ତାରିଖ ସକାଳୁ ୯.୩୦ ମିନିଟ ସମୟରେ ଏସଓଜି ଓ ମାଓବାଦୀଙ୍କ ମୁହାଁ ମୁହିଁ ହେବା ପରେ ଦୁହିଁଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟ ସମୟରେ ମେଇନପୁର ଡିଭିଜନର ହାର୍ଡ କୋର୍‌ ୨୦ ରୁ ୨୫ ମାଓବାଦୀ ମୁରଲୀ ସିସିଏମ, କାର୍ତ୍ତିକ ଏସସିଏମ, ଗୁଡୁ ଏସସିଏମ, ଆକାଶ ଏସିଏମ, ନନ୍ଦଲାଲ, ଏସିଏମ ସମେତ ଅନ୍ୟାନ୍ୟ ମାଓବାଦୀ ମାନେ ସାଇବିନ କାଚର ଉଦନ୍ତୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଦୁଇ ଏସଓଜି ଗୋଷ୍ଠି ସହିତ ମାଓବାଦୀ ଗୁଳି ବିନିମୟ ହୋଇଥିବା ସୂଚନା ପ୍ରଦାନ କରିଛନ୍ତି ଏସପି ସୁଶ୍ରୀ । ଗୁଳି ବିନିମୟରେ କୌଣସି ଯବାନ ଆହତ ହୋଇ ନ ଥିବା ବେଳେ ମାଓବାଦୀ ମାନେ ଗୁରୁତର ଆହତ ହୋଇଥିବା ସନ୍ଦେହ ପ୍ରକାଶ କରିଛନ୍ତି ଏସ ପି ସୁଶ୍ରୀ । ଗୁଳି ବିନିମୟ ସମୟରେ ଘଞ୍ଚ ଅରଣ୍ୟ ମଧ୍ୟରେ ମାଓବାଦୀ ଖସି ପଳାଇଯିବାକୁ ସଫଳ ହୋଇଥିବା ବେଳେ ଉକ୍ତ ସ୍ଥାନରୁ ବିପୁଳ ମାଓ ବ୍ୟବହୃତ ଦୁଇଟି ବନ୍ଧୁକ ଓ ଅନ୍ୟ ମାଦକ ଦ୍ରବ୍ୟ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଲିଫ୍‌ଲେଟ, ବ୍ୟାନର, କୋଡେକ୍ସ ତାର ଦୁଇ ମିଟର, ଦେଶୀ ବନ୍ଧୁକ, ଡେଟୋନେଟର ୧୦ ଗୋଟି ସୋଲାର ପ୍ଲେଟ, ବ୍ୟାଟେରୀ, ଦୁଇଟି ଟାଙ୍ଗିଆ ବ୍ୟତିତ ଅବ୍ୟବହୃତ କଣ୍ଡମ, ଗର୍ଭ ପରୀକ୍ଷା କିଟ୍‌ ଦୁଇଟି ଜରି, ଚାଦର ରୋଷେଇ ସାମଗ୍ରୀ ଜବତ କରିଥିବା ସୂଚନା ପ୍ରଦାନ କରିଛନ୍ତି ସୁଶ୍ରୀ । କମ୍ବିଂ ଅପରେସନ ଜାରି ଥିବା ବେଳେ ବରିଷ୍ଠ ଅଧିକାରୀ ମାନେ ଏହାକୁ କଡ଼ା ନଜର ରଖିଥିବା କହିଛନ୍ତି ଏସପି ସୁଶ୍ରୀ ।

hiranchal ad1
Leave A Reply

Your email address will not be published.

four × 5 =