ହରଭଙ୍ଗା: ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ କାରବାର ବୃଦ୍ଧି ପାଉଥିବା ବେଳେ ପୋଲିସ ମଧ୍ୟ ମାଫିଆଙ୍କୁ କାବୁ କରିବା ସହ ଗଞ୍ଜେଇ ଜବତ ପାଇଁ ତାର ବିଭିନ୍ନ ଉପାୟରେ ବିଭିନ୍ନ ସ୍ଥାନରେ ଛକି ବସିବା, ଦିନରାତି ପେଟ୍ରୋଲିଂ କରିବା ଭଳି କାର୍ଯ୍ୟ ଜାରି ରଖିଛି । ଗୁରୁବାର ଦିନ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଘୋଡା ଡିଆଁ ନାଳ ନିକଟସ୍ଥ ଜାତୀୟ ରାଜପଥ କଡ଼ରେ ତିନୋଟି ଗଞ୍ଜେଇ ଭର୍ତ୍ତି ବସ୍ତା ପଡ଼ିଥିବା ଦେଖିବାକୁ ପାଇଥିଲା । ସୂଚନା ମତେ ପୋଲିସ ପେଟ୍ରୋଲିଂ କରିବା ସମୟରେ ଉକ୍ତ ସ୍ଥାନରେ ପୂର୍ବରୁ ଗଞ୍ଜେଇ ମାଫିଆ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚଳାଉଥିବା ବେଳେ ପୁରୁଣା କଟକ ପୋଲିସ ପେଟ୍ରୋଲିଂ କରୁଥିବା ପୋଲିସ ଗାଡିକୁ ଦେଖି ତିନି ବସ୍ତା ଗଞ୍ଜେଇ ଫୋପାଡି ଜଙ୍ଗଲ ଭିତରକୁ ପଳାଇଥିଲା । ପୋଲିସ ପହଁଚି ତିନି ବସ୍ତାକୁ ଜବତ କରି ଉକ୍ତ ବସ୍ତାରେ ଥିବା ୬୬କେଜି ଗଞ୍ଜେଇକୁ ଜବତ କରି କେସ ୬୩/୨୩ ରେ ଏକ ମାମଲା ରୁଜୁ କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଥାଉକି କିଛିଦିନ ତଳେ ଏକ ବୋଲେରୋ ଗାଡିରେ ମିଶ୍ଚର ବସ୍ତାରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ ହେଉଥିବା ବେଳେ ପୁରୁଣା କଟକ ପୋଲିସ ହାବୁଡ଼ରେ ପଡି ପୋଲିସ ୯୦କେଜି ଗଞ୍ଜେଇ ଜବତ କରି ୨ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ତେଣୁ ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗଞ୍ଜେଇ କରବାର ବଢ଼ୁଥିବା ବେଳେ ଏସପି ରାଜ ପ୍ରସାଦଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ବିଭିନ୍ନ ସମୟରେ ଗଞ୍ଜେଇ ମାଫିଆଙ୍କ ପ୍ରତି ସଜାଗ ହୋଇ ପେଟ୍ରୋଲିଂ କାର୍ଯ୍ୟ ଜାରି ରଖିଛି ବୋଲି ପୁରୁଣାକଟକ ଥାନା ଅଧିକାରୀ ଜ୍ୟୋତ୍ସା କାଉଁରୀ ସୂଚନା ଦେଇଛନ୍ତି ।