ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ତୃତୀୟ ପର୍ଯ୍ୟାୟରେ ଜିଲ୍ଲାର ୪୩ଗୋଟି ୫-ଟି ରୂପାନ୍ତରଣ ହାଇସ୍କୁଲର ଲୋକାର୍ପଣ

0 105

ସୁବର୍ଣ୍ଣପୁର:ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଛଅଗୋଟି ବ୍ଲକର ୪୩ଟି ୫-ଟି ରୂପାନ୍ତରଣ ହାଇସ୍କୁଲର ଲୋକାର୍ପଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧୧ଟି ହାଇସ୍କୁଲ ଲୋକାର୍ପିତ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାର ବିଭିନ୍ନ ବ୍ଲକରେ ୪୧ଟି ହାଇସ୍କୁଲ ରୂପାନ୍ତରଣର ଲୋକାର୍ପଣ ହୋଇସାରିଛି । ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେସିଂ ଜରିଆରେ ସୋନପୁର ବ୍ଲକ ସାଗରପାଲି ସ୍ଥିତ ଗଙ୍ଗାଧର ମେହେର ହାଇସ୍କୁଲ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୪୩ଗୋଟି ୫-ଟି ରୂପାନ୍ତରଣ ହାଇସ୍କୁଲର ଲୋକାର୍ପଣ କରାଯାଇଛି । ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ୱତନ୍ତ୍ର ଲୋକାର୍ପଣ ସମାରୋହରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୁଝାରୀ ଯୋଗଦାନ କରି ୫-ଟି ଉପକ୍ରମରେ ରୂପାନ୍ତରିତ ହାଇସ୍କୁଲ ରାଜ୍ୟର ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବାବେଳେ ଏହା ଆଗାମୀ ପୀଢିଙ୍କୁ ବଳିଷ୍ଠ ମାର୍ଗଦର୍ଶନ କରିବା ସହିତ ରାଜ୍ୟରେ ନବ ସୃଜନ ସୃଷ୍ଟି କରିବ ବୋଲି ନିଜ ଉଦବୋଧନରେ କହିଥିଲେ । ସେ ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟଙ୍କୁ ଦୂରଦର୍ଶୀ ପଦକ୍ଷେପ ନିମନ୍ତେ ଜିଲ୍ଲାବାସୀଙ୍କ ତରଫରୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଦେବାସହ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟତମ ଅତିଥିଭାବେ ବିଧାୟକ ବୀରମହାରାଜପୁର ପଦ୍ମନାଭ ବେହେରା ଯୋଗଦେଇ ମଂଚାସୀନ ଥିବାବେଳେ ସାଗରପାଲି ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ କୁମାରୀ ବର୍ଷା ସାହୁ ୫-ଟି ହାଇସ୍କୁଲ ରୂପାନ୍ତରଣରେ ନିଜର ଅନୁଭୂତି ସହ ଭବିଷ୍ୟତ ଗଠନର ଇଚ୍ଛାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କ ସହ ଭାବବିନିମୟ କରି ଖୁସିବ୍ୟକ୍ତ କରିଥିଲେ । ଜିଲ୍ଲା ୫ଟି ନୋଡାଲ ଅଧିକାରୀ ଅଭିଳାଷ ପୁରୋହିତଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମାରୋହରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡାଙ୍କ ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ବ୍ଲକର ଅଧ୍ୟକ୍ଷ ଅଧ୍ୟକ୍ଷା, ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ, ସମସ୍ତ ବିଡ଼ିଓ,ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମତେ ଛାତ୍ରଛାତ୍ରୀ ଅଭିଭାବକ ବୃନ୍ଦ, ବିଭିନ୍ନ ହାଇସ୍କୁଲର ପରିଚାଳନା କମିଟି କର୍ମକର୍ତ୍ତା, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସିଧାସଳଖ ଭିଡିଓ କନଫରେନସିଂ ଜରିଆରେ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରି ଖୁସି ବ୍ୟକ୍ତ କରିଥିଲେ । ଗାଁ ମାନଙ୍କରେ ଏଭଳି ଉନ୍ନତମାନର ବିଦ୍ୟାଳୟ ପାଇଁ ଅଂଚଳବାସୀ ବେଶ୍‌ ଖୁସୀ ଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା ୫-ଟି ସଚିବଙ୍କୁ ଧନ୍ୟବାଦ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

3 × five =