ଚାଷ ଓ ଚାଷୀର ସୁରକ୍ଷା ପାଇଁ ଲଢିବ ଚାଷୀ ମୁଲିଆ ସଂଘ

0 148

ହରଭଙ୍ଗା,୫/୫:- ନବ ଗଠିତ ଚାଷୀ ମୁଲିଆସଂଘ ବୌଦ୍ଧର ପ୍ରଥମ ବୈଠକ ଆଜି ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଠାରେ ହୃଦାନନ୍ଦ ଦେହୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ଆଲୋଚନା ପରେ ଜିଲ୍ଲାର ସମସ୍ତ ଜମିକୁ ଜଳ ପ୍ରତି ଜିଲ୍ଲା ପରିଷଦ ଜୋନରେ ଶୀତଳ ଭଣ୍ଡାର ପ୍ରତିଷ୍ଠା, ମୁଖ୍ୟମନ୍ତ୍ରୀଙ୍କ ଘୋଷଣାନୁଯାୟୀ ପ୍ରତି ଚାଷୀକୁ ବିନା ସୁଧରେ ଲକ୍ଷେ ଟଙ୍କା ଋଣ ତୁରନ୍ତ ଖରିଫ ଋତୁ ପୂର୍ବରୁ ପ୍ରଦାନ, ରାଜ୍ୟର ସମସ୍ତ ଚାଷୀଙ୍କ ନିମିତ୍ତ ସ୍ୱତନ୍ତ୍ର ସାମାଜିକ ସୁରକ୍ଷା ଆଇନ ପ୍ରଣୟନ, ସମସ୍ତ ଚାଷୀଙ୍କୁ ୫୦ ବର୍ଷ ପରେ ମାସିକ ଛଅହଜାର ଟଙ୍କା ପେନସନ, ଭୂମିହୀନ ଚାଷୀଙ୍କୁ ତୁରନ୍ତ ଜମି ପ୍ରଦାନ, ମଣ୍ଡିରେ ଜମିପଟ୍ଟା ଦେଖାଇ ସିଧାସଳଖ ଧାନକ୍ରୟ, ସମସ୍ତ ଭୂମିହୀନଙ୍କୁ ଘରଡିହ ପ୍ରଦାନ, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପ୍ରଦାନ, ତୁରନ୍ତ ତିରଡ଼ ଠାରେ ନିର୍ମିତ ମେଗାଜଳସେଚନ ପ୍ରକଳ୍ପ କାର୍ଯ୍ୟକାର. ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭଦିଆଯାଇଥିବା ଧଳପୁର ରାମଗଡ଼ ଓ ସାଂପୋଚ ଠାରେ ତୁରନ୍ତ ପାର୍ବତୀଗିରି ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା, ଆଗାମୀ ଖରିଫ ଋତୁ ପୂର୍ବରୁ ସଠିକ ସମୟରେ ଚାଷୀଙ୍କୁ ବିହନ ପ୍ରଦାନ, ଆମ୍ବୁଲ ମହୁଲ ପ୍ରଭୃତି ସୋସାଇଟି ଜରିଆରେ କ୍ରୟ, ଶାଳ ପତ୍ର ଉପରେ ଲୋକଙ୍କ ଅଧିକାର, ଦଖଲ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ, ସମସ୍ତ ଗ୍ରାମକୁ ସବୁଦିନିଆ ପକ୍କାସଡକ ନିର୍ମାଣ ଆଦି ଦାବୀରେ ଲୋକଙ୍କୁ ସଂଗଠିତ କରି ଖୁବଶୀଘ୍ର ରାଜରାସ୍ତାକୁ ଓହ୍ଲାଇବାକୁ ଆଜି ଚାଷୀ ମୁଲିଆ ସଂଘ ଦୃଢ଼ ନିଷ୍ପତି ନେଇଛି । ଏହି ବୈଠକରେ ପ୍ରଦୀପ କୁମାର ସାହୁ, ଅଶୋକ ଭୋକ୍ତା, ଅକ୍ଷୟ ବିଶି, ବିଚିତ୍ର ଦେହୁରୀ,ଗୁପ୍ତେଶ୍ୱର ରଣା, କୁନୁ ପ୍ରଧାନ, ଶରତ ପ୍ରଧାନ, ନରେନ୍ଦ୍ର ସିଂ, ଅଲେଖ ସାହୁ ପ୍ରମୁଖ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ବିଭିନ୍ନ ପ୍ରସ୍ତାବ ମାନ ଆଗତ କରିଥିଲେ । ମେ ୨୧ତାରିଖ ପରବର୍ତୀ ବୈଠକ ହେବ ବୋଲି ସଂଗଠନର ଆବାହକ ଅବକାଶ ସାହୁ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

twelve − two =