ଖଇର କାଠ ଚୋରା ଚାଲାଣ କରୁଥିବା ପିକଅପ ଗାଡି ଜବତ, କାଠ ମାଫିଆ ଗିରଫ

0 49

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ଅନ୍ତର୍ଗତ ଡୁଡୁକିପଦର୍‌ ଗାଁ ନିକଟ ଠୁଟା ଜଙ୍ଗଲରେ ଖଇର କାଠ ଚୋରା ଚାଲାଣ ହେଉଥିବା ସମୟରେ ବନ ବିଭାଗ ଚଢାଉ କରି ଏକ ପିକଅପ ଗାଡି ସହ କାଠ ମାଫିଆଙ୍କୁ ଗିରଫ କରିଥିବା ବନ ବିଭାଗ ତରଫରୁ ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ପାଟଣାଗଡ ଥାନା କୁକୁରମୁଣ୍ଡା ଗ୍ରାମର ସରଜୁ ମେହେର । ମିଳିଥିବା ସୂଚନାନୁସାରେ, ବନ ବିଭାଗ କର୍ମଚାରୀମାନେ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ପ୍ରତିଦିନ ପେଟ୍ରୋଲିଂ କରିଥାନ୍ତି । ହରିଶଙ୍କର ରେଞ୍ଜେର ଗିରିଧାରି ନାଗଙ୍କ ନେତୃତ୍ୱରେ ଫରେଷ୍ଟର ସୁଧିର ଜେନା, ଫରେଷ୍ଟର ସନ୍ଧ୍ୟା ରାଣୀ ସେଠ, ଫରେଷ୍ଟ ଗାର୍ଡ ରାଜେନ୍ଦ୍ର ଧାରୁଆ, ପିତାମ୍ବର ମାଝୀ, ଜଙ୍ଗଲ ଓ ବନ ସୁରକ୍ଷା ଦଳ ସାମିଲ ହୋଇ ଗାଡିରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ପିକଅପ ଗାଡିରେ ଖଇର କାଠ ବୋଝେଇ ହୋଇ ରହିଥିବା ଦେଖିବାକୁ ପାଇଥିଲେ । ଗାଡି ନିକଟକୁ ଯାଇ ପଚରାଉଚୁରା କରିବାରୁ ଖଇର କାଠ ଚୋରା ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ । ପରେ କାଠ ଚୋର ଚାଲାଣ କରୁଥିବା ମୁଖ୍ୟ କାଠ ମାଫିଆ ସରଜୁ ମେହେରଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲେ । ଚୋରା ଚାଲାଣ ହେଉଥିବା ଖଇର କାଠର ଆନୁମାନିକ ୨୦ କୁଇଣ୍ଟାଲ ହୋଇଥିବାବେଳେ ତାର ତା’ର ମୂଲ୍ୟ ୪୫ ହଜାର ହେବ । ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବେଆଇନ କାଠ ଚୋରା ଚାଲାଣ ନେଇ ପାଟଣାଗଡ ଓ ଖପ୍ରାଖୋଲ ରେଞ୍ଜ ଅଞ୍ଚଳରେ ମାମଲା ଥିବା ଜଣାପଡିଛି । ଏନେଇ ରେଞ୍ଜର ଗିରିଧାରୀ ନାଗଙ୍କୁ ପଚାରିବାରୁ ଅଭିଯୁକ୍ତଙ୍କ ନାମରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯିବା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ।

hiranchal ad1
Leave A Reply

Your email address will not be published.

20 − 1 =