ତିନି ମାସ ହେଲା ଅଧାପନ୍ତରିଆ ଅବସ୍ଥାରେ ରାସ୍ତା, ତୁରନ୍ତ କାର୍ଯ୍ୟ ସଂପୂର୍ଣ୍ଣ ପାଇଁ ଦାବି

0 112

ହରଭଙ୍ଗା : ରାଜ୍ୟରେ ହେଉଥିବା ରାସ୍ତା ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ ହେଉଛି ଖରାପ ରାସ୍ତା । ଯାତାୟାତରେ ଅସୁବିଧା ସାଙ୍ଗକୁ ବାରମ୍ବାର ଦୁର୍ଘଟଣା ହେଉଥିଲେ ମଧ୍ୟ ରାସ୍ତାମରାମତି ହେଉନି କି ପକ୍କା ରାସ୍ତା ନିର୍ମାଣ କରାଯାଉ ନାହିଁ । ଅନେକ ସ୍ଥାନରେ ବିଭିନ୍ନ ସରକାରୀ ଯୋଜନା ଅଧୀନରେ ନୂଆ ରାସ୍ତା ନିର୍ମାଣ କିମ୍ବା ମରାମତି ପାଇଁ ରାସ୍ତାକୁ ଖୋଳିଦେଇ ଅଧାପନ୍ତରିଆ ଅବସ୍ଥାରେ ଛାଡ଼ି ଦେଉଛନ୍ତି । ଫଳରେ ଲୋକେ ନାହିଁ ନଥିବାଦୁର୍ଦ୍ଦଶା ଭୋଗୁଛନ୍ତି । ସେମିତି ଏକ ଚିତ୍ର ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକରେ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ-ସୀତଲପାଣି ପୂର୍ତ୍ତ ବିଭାଗ ରାସ୍ତା ଦୀର୍ଘ ୩ମାସ ହେଲା ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି । ବିନା ସୂଚନା ଓ ବିନା(ସିଗନାଲ)ରେ ଖୋଳି ୩ ମାସରୁ ଉଦ୍ଧ୍ୱର୍ ଦିନ ହେବ ଅଧ ପନ୍ତରିଆ ଅବସ୍ଥାରେ ପକାଇ ରଖିଛି ବିଭାଗ । ହୋଇ ପଡ଼ିରହିଛି । ଉପାନ୍ତ ମହାନଦୀ ବନ୍ୟପ୍ରାଣୀ ଅଂଚଳ କୁମାରୀ ବିଟ୍‌ ନିକଟରେ ପ୍ରାୟ ୨୦୦ମିଟର ରାସ୍ତା ମରାମତି ପାଇଁ ଦୀର୍ଘ ୩ ମାସରୁ ଉଦ୍ଧ୍ୱର୍ ଦିନ ହେବ ରାସ୍ତା ଖୋଳି ସେମିତି ପକାଇ ରଖିଛନ୍ତି ଠିକାଦାର । ଆଜି ପର୍ଯ୍ୟନ୍ତ ଗୋଡିଟିଏ କି ବାଲି ମୁଠେ ବି ପଡ଼ିନି । ଏ ନେଇ ବାରମ୍ବାର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସେଥିରୁ କୌଣସି ସୁଫଳ ମିନିନି । ରାସ୍ତାକାମ ହେଉ ନଥିବାରୁ ଦୁର୍ଘଟଣା ଘଟି ଲୋକେ ହଇରାଣ ହେଉଛନ୍ତି । ରାସ୍ତା ମରାମତି କାର୍ଯ୍ୟ ବିଳମ୍ବ ହେବା ବିଷୟରେ ଗତ ମାସରେ ପଚାରିବାରୁ ୧୫ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଅଧିକାରୀ କହିଥିଲେ । ହେଲେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନି । ତୁରନ୍ତ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

fourteen + seven =