ଜ଼ିଲ୍ଲାସ୍ତରୀୟ ଡାହାଣୀ ନିର୍ଯ୍ୟାତନା ଅଧିନିୟମ କର୍ମଶାଳା

0 51

ବୌଦ୍ଧ,୧୧/୫:- ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଜ଼ିଲ୍ଲାସ୍ତରୀୟ ଡାହାଣୀ ନିର୍ଯାତନା ଅଧିନିୟମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଗୃହରେ ଅନୁଷ୍ଠିତ ଏହି ସଚେତନତା କର୍ମଶାଳାରେ ପ୍ରଶିକ୍ଷକ ଭାବେ ଆସୋସିଏଟ ନିର୍ଦ୍ଦେଶକ ଭାବେ ଦେବବ୍ରତ ପାତ୍ର ଏବଂ ପ୍ରୋଗ୍ରାମ ମ୍ୟାନେଜର ବି. ଏନ. ଦୁର୍ଗା ଉପସ୍ଥିତ ରହି ଡାହାଣୀ ନିର୍ଯାତନା ଅଧିନିୟମର ସମସ୍ତ ବିଧି ଓ ବ୍ୟବସ୍ଥା ଉପରେ ବିସ୍ତୃତ ଭାବେ ପାୱାର ପଏଣ୍ଟ ମାଧ୍ୟମ ରେ ଉପସ୍ଥାପନ କରିଥିଲେ । ଅତିରିକ୍ତ ଜ଼ିଲ୍ଲାପାଳ ଦାରିଦ୍ର୍ୟ ଭଂଜନ ମଦନ ମୋହନ ପାତ୍ର ସମାଜରେ ପ୍ରଚଳିତ ଅନ୍ଧ ବିଶ୍ୱାସକୁ ପରିହାର କରିବା ସହିତ ଅନ୍ଧ ବିଶ୍ୱାସ କୁପରିଣତିରୁ ନିଜକୁ ରକ୍ଷା କରିବା ସଂଗେ ସଂଗେ ସମସ୍ତଙ୍କୁ ଏହି ଅନ୍ଧ ବିଶ୍ୱାସର ସାମ୍ନା କରିବାକୁ ମତବ୍ୟକ୍ତ କରିଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର କୁମାର ରାଉତ ଗୁଣି ଗାରେଡି ଉପରେ ବିଶ୍ୱାସ ନକରିବାକୁ ମତ ଦେଇଥିଲେ । ଆକସନଏଡ଼ ଆସୋସିଏଟ ଡାଇରେକ୍ଟର ଦେବବ୍ରତ ପାତ୍ର ହୁଡ଼ିଂ, ୱାଲ ପେଣ୍ଟିଙ୍ଗ, ପୋଷ୍ଟର, ଲିଫଲେଟ ବଣ୍ଟନ, ବହୁଳ ପ୍ରଚାର, ପ୍ରସାର ପାଇଁ ବିଭିନ୍ନ ସଂଗଠନର ସଦସ୍ୟମାନେ ଜନ ସଚେତନତା ସୃଷ୍ଟି କରିବା ସହ ଦୁର୍ବଳ ମାନସିକତା ନ ରଖିବା ପାଇଁ ମତ ଦେଇଥିଲେ । ଜ଼ିଲ୍ଲାପାଳ ଶ୍ରୀ ସାହୁ ଏହି ଆଲୋଚନାଚକ୍ରକୁ କର୍ମଶାଳାରେ ସୀମିତ ନରଖି ଉପସ୍ଥିତ ଅଧିକାରୀ, କର୍ମଚାରୀ, ଆଶା, ଅଙ୍ଗନୱାଡି କର୍ମୀ, ଛାତ୍ର, ଛାତ୍ରୀ, ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟ ରେ ବିଭିନ୍ନ ଗ୍ରୁପ କରି ଡାହାଣି ନିର୍ଯାତନା ଅଧିନିୟମର ବିଭିନ୍ନ ବିଧି, ବ୍ୟବସ୍ଥା, ସଚେତନତା, ଲିଗାଲ ପ୍ରୋଭିଜନ, ତଥ୍ୟ ଏବଂ ପୋଲିସକୁ ଜଣାଇବାପ।।ଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ପ୍ରୋଗ୍ରାମ ମ୍ୟାନେଜର ବି. ଏନ. ଦୁର୍ଗା ସମସ୍ତ ଯୁବବର୍ଗକୁ ଏହି ସଚେତନତାରେ ସାମିଲ କରିବା ପାଇଁ ଆହ୍ୱାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ବାଲ୍ୟ ବିବାହ ନିଷେଧ ପରାମର୍ଶଦାତ୍ରୀ ପ୍ରବୀଜ୍ଞା ଦାଶ ସଂଯୋଜନା କରିବସହ କର୍ମଶାଳାକୁ ପରିଚାଳନା କରିଥିଲେ । ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ସମସ୍ତଙ୍କୁ ସ୍ୱାଗତ କରିବାସହ ଡାହାଣୀ ନିର୍ଯ୍ୟାତନାକୁ ବନ୍ଦ କରିବା ପାଇଁ ନିଜ ମତ ରଖିଥିଲେ ।

hiranchal ad1
Leave A Reply

Your email address will not be published.

five × 2 =