ସରକାରୀ ସହାୟତା ଅପେକ୍ଷାରେ ଭାରତୀ,୪ ବର୍ଷ ହେଲା ପଡ଼ିରହିଛନ୍ତି ଖଟରେ

0 44

ଜହ୍ନ ।ପଙ୍କ,୧୪/୫:- ବୌଦ୍ଧବ୍ଲକ ବାଉଁଶୁଣି ପଞ୍ଚାୟତ ଅନ୍ତର୍ଗତ ବଉଦିଆପଡ଼ା ଗ୍ରାମର ଭାରତୀ ମେହେର (୩୦) ଦୀର୍ଘ ୪ ବର୍ଷ ହେଲା ଶଯ୍ୟାଶାୟୀ ହୋଇ ପଡ଼ିରହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଭାରତୀ ପୂର୍ବରୁ ବରଗଡ଼ ଜିଲ୍ଲା ବରପାଲି ଗ୍ରାମରେ ବିବାହ କରିଥିଲେ । ବିବାହର ୨ ବର୍ଷ ପରେ ପାରିବାରିକ କଳହରୁ ତାଙ୍କ ସ୍ୱାମୀ ନିଜ ୧ ବର୍ଷର ଝିଅ ଏବଂ ଭାରତୀଙ୍କୁ ଘରୁ ବାହାର କରିଦେଇଥିଲେ । ନିରୁପାୟ ହୋଇ ନିଜ ଛୋଟ ଝିଅକୁ ଧରି ୫ ବର୍ଷ ହେବ ବାପଘରେ ରହୁଛନ୍ତି । କିନ୍ତୁ ବାପଘରେ ଗୋଟିଏ ବର୍ଷ କଟିବା ପରେ ହଠାତ୍‌ ନିଷ୍ଠୁର ସାଜିଲା ବିଧାତା । ଭାରତୀଙ୍କ ଦୁଇ ଗୋଡ଼ ହୋଇଗଲା ଅକାମୀ । ଆଣ୍ଠୁରୁ ତଳକୁ ଆଉ କାମ ନକରିବା ସହ ସେ ଆଉ ଚାଲିପାରିଲେନି । ଫଳରେ ତାଙ୍କ ବୁଢ଼ା ବାପା ପ୍ରଥମେ ବାଉଁଶୁଣି ମେଡ଼ିକାଲକୁ ପରେ ବୌଦ୍ଧ, ସୋନପୁର, ବୁର୍ଲା ପର୍ଯ୍ୟନ୍ତ ନେଇଥିଲେ ଚିକିତ୍ସା ପାଇଁ ହେଲେ କୌଣସି ସୁଫଳ ମିଳିନଥିଲା । ନିଜ ଆର୍ଥିକ ସମ୍ବଳ ନଥିବାରୁ ଏବେ ଚିକିତ୍ସା ଅଭାବରୁ ଖଟରେ ପଡିରହିଛନ୍ତି ଭାରତୀ । ସରକାର ଗରିବଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବାବେଳେ ସରକାରୀ ସହାୟତା ତାଙ୍କ ପାଇଁ ସାତ ସପନ । ନା ମିଳୁଛି ଭତ୍ତା ନା ଚାଉଳ । ଭାରତୀଙ୍କ ବାପା ପବିତ୍ର ମୋହନ ମେହେରଙ୍କୁ ୭୩ ବର୍ଷ ହୋଇଥିବା ବେଳେ ମାଆ ଲଳିତା ମେହେରଙ୍କୁ ହୋଇଛି ୭୦ ବର୍ଷ ହେଲେ ଏଯାଏଁ ମିଳିନି ବାର୍ଦ୍ଧକ୍ୟ ଭତ୍ତା । ଦିନେ ଖାଇବାକୁ ପାଇଲେ ଦିନେ ଉପବାସ ରୁହନ୍ତି ୪ ପ୍ରାଣୀ କୁଟମ୍ବ । ଏପରି ପରିସ୍ଥିତିରେ ଭଗବାନଙ୍କ ଭରସାରେ ବଞ୍ଚିଛନ୍ତିି ପରିବାର । ଜିଲ୍ଲା ପ୍ରଶାସନ ଯଦି ଭାରତୀଙ୍କୁ ଚିକିତ୍ସା ସେବା ଯୋଗାଇବା ସହ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବେ ତେବେ ଏହି ପରିବାରର ମୁହଁରେ ହସ ଫୁଟିପାରନ୍ତା ।

hiranchal ad1
Leave A Reply

Your email address will not be published.

eleven − 2 =