ଶ୍ରୀ ରଘୁନାଥଜୀଉଙ୍କ ପୀଠରେ ଭଉଁରୀ ଯାତ୍ରା ଅନୁଷ୍ଠିତ

0 46

ଓଡ଼ଗାଁ,୧୪/୫ :- ଓଡ଼ଗାଁରେ ବିଜେ ଶ୍ରୀ ରଘୁନାଥଜୀଉଙ୍କ ପୀଠରେ ଚନ୍ଦନଯାତ୍ରା ସହିତ ଭଉଁରୀ ଖେଳ ସମାପ୍ତ ହୋଇଥିବାବେଳେ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ଶନିବାର ଅପରାହ୍ନ ସମୟରେ ପ୍ରଭୁ ଶ୍ରୀ ରାମ, ଅନୁଜ ଲକ୍ଷ୍ମଣ, ପତ୍ନୀ ସୀତା, ଭକ୍ତ ହନୁମାନ ଓ ରାମେଶ୍ୱର ମହାଦେବ ରାଧାକାନ୍ତ ମଠରେ ବିଜେ ଶ୍ରୀରାଧାକାନ୍ତଙ୍କୁ ବନାରସୀ ମଣ୍ଡଣୀ ଖଚିତ ସ୍ୱତନ୍ତ୍ର ବିମାନରେ ବିଜେ କରି ପଟୁଆରରେ ବାହାରି ପଦ୍ମସାଗରେ ଚନ୍ଦନ ବେଦୀକୁ ବିଜେ କରିଥିଲେ । ଥାଟପାଟ ପଟୁଆର ଏବଂ ହରିବୋଲ ହୁଳହୁଳି ଶବ୍ଦରେ ଓଡ଼ଗାଁ କିଛି ସମୟ ପାଇଁ ଅଯୋଧ୍ୟାପୁରୀ ପାଲଟିଥିଲା । ପୁଷ୍କରିଣୀରେ ପହଞ୍ଚିବା ପରେ ଚାପଖେଳ ସାରି ଚନ୍ଦନକୁଣ୍ଡରେ ବୁଡିବା ପରେ ଦୈନିକ ବିଧିବିଧାନ ଆରମ୍ଭ ହୋଇଥିଲା । ରାତିରେ ଶ୍ରୀଜୀଉମାନେ ଚନ୍ଦନ ପୋଖରୀରେ ୨୧ ଘେରା ଭଉଁରୀ ବିହାର କରିବା ସହିତ ଚାପଖେଳରେ ମଜିି ରହିଥିଲେ । ରବିବାର ପ୍ରତ୍ୟୁଷରୁ ଶ୍ରୀ ରଘୁନାଥ ଜୀଉଙ୍କ ସମେତ ସମସ୍ତ ପାଶ୍ୱଦେବାଦେବୀଙ୍କୁ ଭିନ୍ନ ଭିନ୍ନ ସୁସଜ୍ଜିତ ବିମାନରେ ଉପବେଶନ କରି ନଗର ଭ୍ରମଣରେ ବାହାରିଥିଲେ । ନଗର ପରିକ୍ରମା ସମୟରେ ଶ୍ରୀଜୀଉମାନଙ୍କୁ ମାନସିକଧାରୀ ଭକ୍ତଙ୍କ ଦୁଆରେ ପୂଜା ନୈବେଦ୍ୟ ଅର୍ପଣ କରାଯାଇଥିଲା । ନଗର ପରିକ୍ରମା ପରେ ଶ୍ରୀଜୀଉ ମନ୍ଦିରକୁ ପତ୍ୟାବର୍ତ୍ତନ କରିଥିଲେ । ଶ୍ରୀଜୀଉମାନେ ଚାପଖେଳ ନିମନ୍ତେ ଚନ୍ଦନ ପୋଖରୀ ମଧ୍ୟରେ ରହିଥିବାରୁ ପରମ୍ପରା ଅନୁଯାୟୀ ଅହୋରାତ୍ର ମନ୍ଦିର ଖୋଲା ରହିଥିଲା । ମଧ୍ୟାହ୍ନ ପୂର୍ବରୁ ଶ୍ରୀଜୀଉମାନେ ମନ୍ଦିର ପ୍ରବେଶ କରିବା ଅବସରରେ ନାଟ୍ୟମଣ୍ଡପରେ ଜଗତୀ ପୂଜା, ଆଳତୀ ଅର୍ପଣ ଲାଗି ପରେ ନିଜ ନିଜ ମନ୍ଦିରକୁ ପ୍ରବେଶ କରିଥିଲେ । ପ୍ରଭୁ ଶ୍ରୀ ରାମଙ୍କୁ ପଣାପାଣି, ବସ୍ତ୍ରଆଦି ପ୍ରଦାନ କରି ଆପ୍ୟାୟିତ କରିବା ସହିତ ଭୋଗଲାଗି କରାଯାଇଥିଲା । ଅପରାହ୍ନ ସମୟରେ ପହଡ଼ ହୋଇଥିଲା । ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର, ମନ୍ଦିର ପୂଜକ, ପରିଷଦ ସଦସ୍ୟ ଏବଂ ଛତିଶାଣୀ ନିଯୋଗ ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ କରିଥିଲେ ।

hiranchal ad1
Leave A Reply

Your email address will not be published.

1 + 10 =