ହିତାଧିକାରୀଙ୍କ ଶହ ଶହ କ୍ୱିଣ୍ଟାଲର ଚାଉଳ ହଡପ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବୀ

0 58

ବୋଡେ଼ନ,୧୫/୫:- ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗରିବ ନିରୀହ ଲୋକଙ୍କୁ ଚାଉଳ ଯୋଗାଉଛନ୍ତି ହେଲେ ବିଭାଗୀୟ ଅଧିକାରୀଙ୍କ ହଡପ ନୀତି ଯୋଗୁଁ ତାହା ଅନେକ ସମୟରେ ବାଟବଣା ହେଉଛି । ନୂଆପଡ଼ା ଜିଲ୍ଲାର ଅନେକ ପଞ୍ଚାୟତ ମାନଙ୍କରେ ଚାଉଳକୁ ହଡପ କରିଥିବା ଅଭିଯୋଗ ଅନେକ ସମୟରେ ଆସୁଛି ହେଲେ ଏପର୍ଯ୍ୟନ୍ତ କୌଣସିି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଠିକ ସେହିଭଳି ବୋଡେ଼ନ ବ୍ଲକରେ ମଧ୍ୟ ଅନିୟମିତତା ହେଉଥିବା ଅଭିଯୋଗ କରିଛନ୍ତି ଲର୍କା ଗ୍ରାମପଞ୍ଚାୟତର ହିତାଧିକାରୀମାନେ । ଲୋକଙ୍କ ଅଭିଯୋଗ ମତେ ଚଳିତବର୍ଷର ଜାନୁଆରୀ ମାସର ଚାଉଳ ଏପର୍ଯ୍ୟନ୍ତ ଦିଆଯାଇନାହିଁ । ଏ ସମ୍ପର୍କରେ ବାରମ୍ବାର ଯୋଗାଣ ସହାୟକଙ୍କୁ କହିବାପରେ ମଧ୍ୟ କିଛି କର୍ଣ୍ଣପାତ କରିନଥିବା କଥା କହିଛନ୍ତି । ପିଇଓ ସରପଞ୍ଚଙ୍କୁ ମଧ୍ୟ ଏବେବି ଜଣା ନାହିଁ ପଞ୍ଚାୟତରେ ଚାଉଳ ଦିଆ ହୋଇଛି ନା ହୋଇନି ବର୍ତ୍ତମାନ ଏଠାରେ ପ୍ରଶ୍ନ ଉଠୁଛି ଶହଶହ ପେକେଟ ଚାଉଳ କିଏ ଖାଇଗଲା ଏହି ଅବହେଳା ପାଇଁ ଦାୟୀ କିଏ କାହା କଥାରେ କାହା ସ୍ୱାର୍ଥରେ ଗୋଟିଏ ମାସର ଚାଉଳ ହଡପ ହୋଇଛି । ଆଜିକୁ ୫ ମାସ ବିତି ଯାଇଥିଲେ ମଧ୍ୟ କାହିଁକି ଉପରୋକ୍ତ ଅଧିକାରୀଙ୍କ ଦୃଷ୍ଟିରେ ନାହିଁ । ଏ ଦୁର୍ନୀତିରେ କେବଳ ଜଣେ ଯୋଗାଣ ସହାୟକ ସାମିଲ ଅଛନ୍ତି ନା ଆଉ ବଡ ବଡ ବାବୁଙ୍କ ହାତ ରହିଛି ତାହା ବର୍ତ୍ତମାନ ବଡ ପ୍ରଶ୍ନ । ଜିଲ୍ଲାର ପ୍ରାୟ ପଞ୍ଚାୟତ ମାନଙ୍କରୁ ଏମିତି ଅଭିଯୋଗ ବାରମ୍ବାର ଆସୁଛି ହେଲେ ପ୍ରଶାସନ ଚୁପ ହୋଇ ବସିଛି । ଏପର୍ଯ୍ୟନ୍ତ ସଠିକ ଯାଞ୍ଚ କରି ଚିହ୍ନଟ କରି ପାରିନି କିଏ ପ୍ରକୃତ ହିତାଧିକାରୀ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ପଞ୍ଚାୟତବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 × 5 =