ନବନିର୍ମିତ ବୁଢିମା ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ
୨୧ତାରିଖ ରୁ ୨୫ତାରିଖ ଯାଏଁ ହେବ ପ୍ରତିଷ୍ଠା ଉତ୍ସବ

0 79

ସୁବର୍ଣ୍ଣପୁର,୧୫/୫:- ସହରର ଢେରାପଡା ଠାରେ ସଂପୂର୍ଣ୍ଣ ଦକ୍ଷିଣ ଭାରତୀୟ ଢାଞ୍ଚାରେ ନୂତନଭାବେ ନିର୍ମିତ ମାଁ ବୁଢିମାଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୧ତାରିଖ ଠାରୁ ୨୫ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ମହାସମାରୋହରେ ପାଳନ କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଗତକାଲି ସନ୍ଧ୍ୟାରେ ଢେରାପଡା ସ୍ଥିତ ବୁଢିମା ଯୁବକ ସଂଘ ଠାରେ ଏକ ଖବରଦାତା ସମ୍ମିଳନୀରେ କମିଟି ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମାଙ୍ଗଳିକ, ବାସୁଦେବ ପୂଜା ତଥା ଦେବନିମନ୍ତ୍ରଣ , ଭୂମିପୂଜା, ନୃସିଂହ ଯଜ୍ଞ, ବାରାହ ଓ କୃମ ଅନନ୍ତ ପୂଜାନ୍ତେ ଯଜ୍ଞଧ୍ୱଜା ଉତ୍ତୋଳନ କାର୍ଯ୍ୟକ୍ରମ ସରିଥିବାବେଳେ ଅଙ୍କୁରାରୋପଣ, ଶୁକ୍ଲ ଦ୍ୱିତୀୟା ରବିବାର ୨୧ତାରିଖରେ କଳସାଧିବାସ ଓ ମଣ୍ଡଳବିଧାନ ସହ କଳସାନୟନ,ମଣ୍ଡପ ପୂଜାବିଧାନ ଚତୁର୍ଥୀ ଲଗ୍‌ନେ ଶାଖାମୂର୍ତ୍ତି ମହାସ୍ନାନ, ଶୁକ୍ଲପଞ୍ଚମୀରେ ମନ୍ଦିର ଅଧ ଉର୍ଦ୍ଧ୍ୱ ଶୋଧନସହିତ ଦେବ ଦେବ ମହାଦେବ ଲିଙ୍ଗ ଓ ପାର୍ଶ୍ୱଦେବତା ମନ୍ଦିରେ ସ୍ଥାପନ ଓ ଅଷ୍ଟପ୍ରହରୀ ନାମଯଜ୍ଞ ଆରମ୍ଭ ହେବ । ୨୫ତାରିଖ ଜ୍ୟେଷ୍ଠ ଶୁକ୍ଲ ଷଷ୍ଠୀ ଗୁରୁବାର ପୂର୍ଣ୍ଣ ।ହୂତି ପୂର୍ବକ ମାଁ ବୁଢିମା ଠାକୁରାଣୀଙ୍କ ମନ୍ଦିର ବିଜେ କାର୍ଯ୍ୟକ୍ରମ ରହିଛି । ପ୍ରକାଶଯୋଗ୍ୟ ଯେ ସଂପୂର୍ଣ୍ଣ ଦକ୍ଷିଣ ଭାରତୀୟ ଢାଞ୍ଚାରେ ନିର୍ମିତ ଏହି ମନ୍ଦିର ନିର୍ମାଣରେ ପ୍ରାୟ ୫୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଥିବାବେଳେ ଏହା ମନ୍ଦିର ମାଳିନୀ ସୁବର୍ଣ୍ଣପୁରକୁ ଆସୁଥିବା ପର୍ଯ୍ୟଟକଙ୍କୁ ବହୁମାତ୍ରାରେ ଆକୃଷ୍ଟ କରିବ ବୋଲି କମିଟି ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ଏହି ଅବସରରେ ପ୍ରତିସନ୍ଧ୍ୟାରେ ସୁନ୍ଦରାକାଣ୍ଡ, ଭଜନ ସନ୍ଧ୍ୟା ସହ ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଦୁଇଦିନ ଧରି ଶ୍ରଦ୍ଧାଳୁଙ୍କ ପାଇଁ ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଆଜିର ଏହି ଖବରଦାତା ସମ୍ମିଳନୀରେ ମନ୍ଦିର ନିର୍ମାଣ କମିଟିର ସଂପାଦକ ଜନ୍ମେଜୟ ପାତ୍ର, ଉପସଭାପତି ବି.ସତ୍ୟନାରାୟଣ ରାଓ, ବୁଢିମା ଯୁବକ ସଂଘ ସଭାପତି ଦିଲ୍ଲୀପ ପାତ୍ର, ବରିଷ୍ଠ ସଭ୍ୟ ଆନନ୍ଦ ପାତ୍ର, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ପାତ୍ର ଓ କାଉନସିଲର ରାଜକିଶୋର ରାଓ ତଥା ପଡାର ଅନେକ ସଦସ୍ୟ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

ten + eight =