କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାପ୍ରଭୁଙ୍କୁ କଲେ ଦର୍ଶନ

0 71

ପୁରୀ,୧୮/୫:- ବନ୍ଦେ ଭାରତ ଏକ୍ସପ୍ରେସକୁ ଭିଡିଓ କନଫରେନସରେ ପତାକା ହଲାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି । ଏଣୁ ଏହା ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଉଚ୍ଚ଼ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆଶିର୍ବାଦ ନେଇଛନ୍ତି । ବନ୍ଦେ ଭାରତ ଏକ୍ସପ୍ରେସର ସଫଳତା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଶ୍ରୀମନ୍ଦିର ନିକଟରେ ଭବ୍ୟ ସ୍ୱାଗତ କରାଯାଇଥିଲା । ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରାଯାଇଥିଲା । ଦର୍ଶନ ସାରି ଫେରିବା ସମୟରେ ରଥଖଳାକୁ ଯାଇ ରଥଚକକୁ ମୁଣ୍ଡିଆ ମାରି ଆଶିର୍ବାଦ ନେଇଥିଲେ । ଭଉଁରୀ ଦିନ ଚକଡେରା ହୋଇଥିବା ନନ୍ଦିଘୋଷ ରଥର ଚକଅଖକୁ ସ୍ପର୍ଶ କରି ପ୍ରଣାମ କରିଥିଲେ । ତେବେ ଆଜିର ଦିନ ଏକ ଅବିସ୍ମରଣୀୟ ଦିନ ହୋଇ ରହିବ । ଦୃତଗାମୀ ଟ୍ରେନ୍‌ ଭାବେ ବନ୍ଦେ ଭାରତ ଏକ୍ସପ୍ରେସକୁ ଆଜି ପୁରୀ ଧାମରୁ ଶୁଭାରମ୍ଭ କରାଯିବ । ପୁରୀ ଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନ ଭାବେ କରାଯିବା ସହ ବନ୍ଦେ ଭାରତ ଏକ୍ସପ୍ରେସର ଚଳାଚଳ ଭକ୍ତ, ଦର୍ଶନାର୍ଥି ଓ ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ସୁଯୋଗ ସୃଷ୍ଟି କରିବ ବୋଲି ମନ୍ତ୍ରୀ କହିଛନ୍ତି ।.

hiranchal ad1
Leave A Reply

Your email address will not be published.

five × 1 =