ପ୍ରଣାମ ନୃତ୍ୟାନୁଷ୍ଠାନର ତୃତୀୟ ଗ୍ରୀଷ୍ମକାଳୀନ ଓଡ଼ିଶୀ ନୃତ୍ୟ କର୍ମଶାଳା ଉଦଯାପିତ

0 36

ବୌଦ୍ଧ,୧୮/୫:- ପ୍ରଣାମ ନୃତ୍ୟାନୁଷ୍ଠାନ ତରଫରୁ ଚାଲିଥିବା ୭ଦିନିଆ ତୃତୀୟ ରାଜ୍ୟସ୍ତରୀୟ ଗ୍ରୀଷ୍ମକାଳୀନ ଓଡ଼ିଶୀ ନୃତ୍ୟ କର୍ମଶାଳା ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଉନ୍ନୟନ ପରିଷଦର ସଭାପତି ଚିତ୍ତରଂଜନ ଦାଶ ଯୋଗ ଦେଇ ଗ୍ରୀଷ୍ମ କାଳୀନ କାର୍ମଶାଳାର ଉପକାରିତା ବିଷୟରେ ପରାମର୍ଶ ଦେଇଥିଲେ । ପ୍ରତିଷ୍ଠାତା ସୁକାନ୍ତି ସିଂ ଅନୁଷ୍ଠାନର ଓଡ଼ିଶୀ ନୃତ୍ୟ ପ୍ରତି ଶ୍ରଦ୍ଧା ଓ ବିକାଶ କ୍ଷେତ୍ରରେ କିପରି ନାଁ କରିଛି ତାହା ବର୍ଣ୍ଣନା କରିଥିଲେ । ଉପ ସଭାପତି ଶ୍ରୀମତୀ ଗୀତାଞ୍ଜଳି ସାହୁ ଓଡ଼ିଶୀ ନୃତ୍ୟ କର୍ମଶାଳା ବିଗତ ଦିନର ଛାତ୍ରଛାତ୍ରୀମାନେ ଉପକୃତ ହୋଇ କିଭଳି ଜିଲ୍ଲା ଏବଂ ଅନୁଷ୍ଠାନ ପାଇଁ ସୁନାମ ଆଣିପାରିଛନ୍ତି ତାହା ନିଜସ୍ୱ ଅନୁଭୂତି ବଖାଣି ଥିଲେ । କେନ୍ଦୁଝର, ସମ୍ବଲପୁର, ଫୁଲବାଣୀ, ଖୋର୍ଦ୍ଧା ଆଦିରୁ ଛାତ୍ରଛାତ୍ରୀମାନେ ଆସି କଷ୍ଟ ସ୍ୱୀକାର କରି କର୍ମଶାଳାକୁ ସଫଳ କରିଥିଲେ । ଅନୁଷ୍ଠାନର ସମ୍ପାଦକ ନୃତ୍ୟଗୁରୁ ପ୍ରଶାନ୍ତ କୁମାର ଭାଇନା କର୍ମଶାଳାର ସାତ ଦିନ ବ୍ୟାପୀ ତାର କାର୍ଯ୍ୟ, ନିର୍ଘଣ୍ଟ, ଶିକ୍ଷାଦାନ, ପୋଷାକ, ଛାତ୍ରଛାତ୍ରୀମାନଙ୍କ ଯିବା ଆସିବା ସୁବିଧା ନିମନ୍ତେ ସମସ୍ତ ସୁଚାରୁ ରୂପେ ତଦାରଖ କରି ପରିଚାଳନା କରିଥିଲେ । କାର୍ମଶାଳାର ମାର୍ଗଦର୍ଶକ ଗୁରୁ ପ୍ରଫେସର ଡ଼ଃ ମନୋଜ କୁମାର ବେହେରା ଶିକ୍ଷାଦାନର ଶୈଳୀ, ଓଡ଼ିଶୀ ନୃତ୍ୟର କ୍ରୀୟତମକ ମାର୍ଗ, ବ୍ୟାକରଣ, ଫଣ୍ଡାମେଣ୍ଟାଲ, ହସ୍ତ ମୁଦ୍ରା, ଶରୀର ଓ ପଦର ଚାଳନା ଓ ନୃତ୍ୟର ସୋନ୍ଦର୍ଯ୍ୟତା ସହିତ ହରିହର ସ୍ରୋତ ଦେବାର ନିଜସ୍ୱ ଅନୁଭୂତି ସମସ୍ତ ଛାତ୍ରଛତ୍ରୀ, ଅଭିଭାବକ ଓ ଅତିଥି ମାନଙ୍କ ସମ୍ମୁଖରେ ପ୍ରଦାନ କରିଥିଲେ । କର୍ମଶାଳାର ସଫଳତା ପାଇଁ ସମସ୍ତ ଛାତ୍ରଛତ୍ରୀ ଓ ଅଭିଭାବକ ତଥା ଶ୍ରୀ ଧର୍ମେନ୍ଦ୍ର ଗୁରୁ ଏବଂ ଡ଼ଃ ସଂଘମିତ୍ରା ପ୍ରାମାଣିକ ଗୁରୁ ଡ଼ଃ ମନୋଜ କୁମାର ବେହେରାଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ । ପରେ ପରେ କର୍ମଶାଳାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀ ଏବଂ ରୂପଚଯ୍ୟା ଶିକ୍ଷା ପାଇଁ ମାଆ ମାନଙ୍କୁ ତୃତୀୟ ରାଜ୍ୟସ୍ତରୀୟ ଗ୍ରୀଷ୍ମକାଳୀନ ଓଡ଼ିଶୀ ନୃତ୍ୟ କର୍ମଶାଳାର ସାର୍ଟିଫିକେଟ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାସଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଶେଷରେ ଅନୁଷ୍ଠାନର ସମ୍ପାଦକ ପ୍ରଶାନ୍ତ କୁମାର ଭାଇନା ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

fourteen − 1 =