ଗ୍ରୀନ ଗୋଲ ବୌଦ୍ଧ ତରଫରୁ ସଚେତନତା କାର୍ଯ୍ୟକ୍ରମ

0 33

ବୌଦ୍ଧ,୧୮/୫:- ବୌଦ୍ଧ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଗ୍ରୀନ ଗୋଲ ବୌଦ୍ଧ ତରଫରୁ ଚାଷୀମାନେ କିପରି ଅଂଶୁଘାତରୁ ରକ୍ଷା ପାଇପାରିବେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ମିଶନ ଶକ୍ତିର ଦେବବ୍ରତ ମିଶ୍ର, ଏଡିଏମଓ ସଂଘମିତ୍ରା ପଣ୍ଡା, ଏମଏମଜି ମୁଖ୍ୟ ବୁବେର ଅହମଦ , ଆରଏମସି ସଂପାଦକ ସଞ୍ଜୟ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ଏହାର ମୁଖ୍ୟ ପରିଚାଳନାରେ ଗ୍ରୀନ ଗୋଲ ବୌଦ୍ଧର ଚେୟାରପର୍ସନ ସୋନାଲୀ ପଣ୍ଡା, ଉପଦେଷ୍ଟା ଶଙ୍କର ପ୍ରସାଦ ମିଶ୍ର, କାର୍ଯ୍ୟକାରିଣୀ ସଦସ୍ୟା ପ୍ରଣତୀ ପଣ୍ଡା, ସୁନୀଲ ପାଣିଗ୍ରାହୀ, ପ୍ରତ୍ୟୁଷ ପଲାଇ, ଅର୍ଚ୍ଚନା ବିଶ୍ୱାଳ, ସୁନୀତାମୟୀ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ଗ୍ରୀନ ଗୋଲ ବୌଦ୍ଧ ତରଫରୁ ଟୋପି, ପାଣିବୋତଲ, ବିସ୍କୁଟ, ଓଆରଏସ ପାଉଡର ବଣ୍ଟନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

1 × 1 =