ନୂଆଗାଁ ବ୍ଲକ ମାଟ୍ରିକ ପରୀକ୍ଷା ଫଳାଫଳ, ଏ-୧ରେ ୫ ଜଣ କୃତକାର୍ଯ୍ୟ

0 126

ନୂଆଗାଁ : ଗତକାଲି ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏହି ନୂଆଗାଁ ବ୍ଲକ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ବାଳକ ତୁଳନାରେ ଏ ବର୍ଷ ବାଳିକା ମାନେ ବାଜିମାତ କରିଛନ୍ତି । ମିଳିଥିବା ସୂଚନା ମୁତବକ ନୂଆଗାଁ ବ୍ଲକରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ୧ ର ବାହାଦ୍‌ଝୋଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁଧାଂଶୁବାଳା ସାହୁ ୫୫୫ ନମ୍ବର ରଖି ବ୍ଲକର ଟପ୍ପର ହୋଇଛନ୍ତି । ସେହିପରି ଶୋଭାଲିନ ସାହୁ ୫୪୭ ନମ୍ବର ରଖିଥିବା ବେଳେ ସୋମନାଥ ଦେବ ବିଦ୍ୟାପୀଠ ହରିପୁର ୨ ଛାତ୍ର ରାକେଶ କୁମାର ପ୍ରଧାନ ୫୪୯ ,ରୁଦ୍ର ନାରାୟଣ ମିଶ୍ର ୫୪୪ ନମ୍ବର ରଖି ଏ୧ରେ କୃତକାର୍ଯ୍ୟ ହୋଇଛନ୍ତି ।
ସେହିପରି ନୂଆଗାଁ ହାଇସ୍କୁଲରେ ମୋଟ ୭୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୨ପାସ ହୋଇଥିବା ବେଳେ ୨ଜଣ ଫେଲ ହୋଇଛନ୍ତି ।
ଗ୍ରାମ ପଂଚାୟତ ହାଇସ୍କୁଲ ବେରୁଅଂବାରି ୫୮ ଜଣ ଛାତ୍ରଛାତ୍ରୀଙ୍କ ମଧରୁ ୫୭ଜଣ ପାସ କରିଥିଲା ବେଳେ ଜଣେ ଫେଲ ହୋଇଛନ୍ତି । ପଂଚାୟତ ହାଇସ୍କୁଲ କୋରଡାରେ ୪୮ଜଣ ପାସ କରିଥିବା ବେଳେ ଜଣେ ଫେଲ ହୋିଛନ୍ତି । ସରକାରୀ ହାଇସ୍କୁଲ ବାହାଡଝୋଲାରେ ଶତପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ସେହିପରି ଚିନ୍ତାମଣି ବିଦ୍ୟାପୀଠ ସଂପଡା ୬୧ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୦ଜଣ ପାସ କରଥିବା ବେଳେ ଜଣେ ଅନୁପସ୍ଥିତ ରହିଥିଲେ । ଜନଶକ୍ତି ହାଇସ୍କୁଲ ଚାହାଳି ୪୯ – ୪୯ ପାସ, ଜଗନ୍ନାଥପ୍ରସାଦ ହାଇସ୍କୁଲ ୭୭ – ୭୭ ପାସ ।ସରକାରୀ ଉଚ୍ଚ଼ ବିଦ୍ୟାଳୟ ମହିପୁର ୮୬ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୫ଜଣ ପାସ କରିଥିବା ବେଳେ ଜଣେ ଫେଲ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − 5 =