ପୁରୀ ଆରଟିଓଙ୍କ ଦ୍ୱାରା ଓଭର ଲୋଡିଙ୍ଗ ଅଟୋକୁ ୨୯,୫୦୦ ଟଙ୍କା ଫାଇନ

0 109

ପୁରୀ : ଆଜି ପୁରୀ ଜ଼ିଲ୍ଲା ପୁରୀ-କୋଣାର୍କ ରୋଡ଼ ରେ ୧୪ ଜଣ ପାସେଞ୍ଜରଙ୍କୁ ନେଇ ବିପଦଜନକ ଭାବେ ଦ୍ରୁତ ଗତିରେ ଯାତ୍ରା କରୁଥିବା ଏକ ଅଟୋ ଯାନକୁ ପିଛା କରି ପୁରୀ ଆରଟିଓ ରବୀନ ପଟ୍ଟନାୟକ ଫାଇନ କରି ସିଜ କରିଛନ୍ତି । ଶ୍ରୀ ପଟ୍ଟନାୟକ ଏ ଅଞ୍ଚଳକୁ ଅଚାନକ ପରିଦର୍ଶନରେ ଯାଉଥିବା ବେଳେ ବେନିୟମ ଭାବେ ଯାତ୍ରା କରୁଥିବା ଓଡି-୧୩- ୦୮୧୭ ଅଟୋକୁ ଅଟକାଇ ଯାଞ୍ଚ କରିଥିଲେ । ଗାଡିର ଫିଟନେସ, ଇନସୁରାନସ, ପରମିଟ, ପଲ୍ୟୁସନ ସାର୍ଟିଫିକେଟ ସବୁ ଇନ ଭେଲିଡ଼ ଥିବା ଦେଖିବାକୁ ପାଇଥିଲେ ଏବଂ ୪ ଜଣ ପାସେଞ୍ଜର ଲିମିଟ ଥିବା ଗାଡିରେ ଅତ୍ୟଧିକ ଲୋକଙ୍କୁ ନେଇ ଯାତ୍ରା କରୁଥିବା ଅଟୋକୁ ୨୯,୫୦୦ ଟଙ୍କା ଜୋରିମାନା କରି ପେଣ୍ଠକଟା ମେରାଇନ ପୋଲିସ ଷ୍ଟେସନ ସହାୟତାରେ ଏ ଗାଡିକୁ ସିଜ କରି ରଖି ଥିଲେ । ଆରଟିଓ ଶ୍ରୀ ପଟ୍ଟନାୟକଙ୍କ ଯୋଗୁଁ ଆଜି ପୁରୀ-କୋଣାର୍କ ରୋଡ଼ରେ ଓଭର ଲୋଡିଙ୍ଗ ଗାଡିର ୧୪ ଜଣ ପାସେଞ୍ଜରଙ୍କ ଜୀବନ ବଞ୍ଚି ଯାଇଥିବା ଖବର ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି । ଆଗାମୀ ଦିନରେ ଜ଼ିଲ୍ଲାରେ ଦୁର୍ଘଟଣା ମୃତ୍ୟୁ ହାର ରୋକିବା ପାଇଁ ଏଇ ବିଭାଗର ସ୍ପେଶାଲ ଡ୍ରାଇଭ କାର୍ଯ୍ୟକ୍ରମ ଓ ଆରଟିଓଙ୍କ ଅଚାନକ ପରିଦର୍ଶନ କାର୍ଯ୍ୟକ୍ରମ ଜାରି ରହିବ ଓ ନିଶା ଗ୍ରସ୍ତ ଡ୍ରାଇଭର, ବେନିୟମ ଗାଡି ଚାଳନା ଉପରେ ଜୋରଦାର ଫାଇନ ଆଦାୟ କରାଯିବ ଏବଂ କୋର୍ଟ ଚାଲାଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

twelve + 20 =