ହାତୀ ଆକ୍ରମଣରେ ଯୁବକ ଗୁରୁତର

0 274

ଚମ୍ପୁଆ,୨୦/୫ – ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ସରେଇ-ଟୁଣଟୁଣା ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତ ଯୁବକ ଜଣଙ୍କ ହେଲେ କାଳିକାପ୍ରସାଦ ପଞ୍ଚାୟତ କୃଷ୍ଣପୁର ଗ୍ରାମର କ୍ଷୀରୋଦ ମହାନ୍ତ । ମିଳିଥିବା ସୂଚନା ଅନୁସାରେ ଚମ୍ପୁଆ ରେଞ୍ଜରେ ଗତ ଏକ ସପ୍ତାହ ଧରି ଡେରା ଜମାଇଥିବା ୨୪ ଦଳିଆ ହାତୀ ଦଳରୁ ଅଲଗା ହୋଇ ମୟୂରଭଞ୍ଜ କେଶରିକୁଣ୍ଡ ରବର ପ୍ଲାଣ୍ଟରେ ଡେରା ପକାଇଥିବା ୧୭ ଦଳିଆ ହାତୀ ପଲ ଆଜି ବୈତରଣୀ ନଦୀ ପାର ହୋଇ ସରେଇ – ଟୁଣଟୁଣା ସୀମାରେ ଥିବା ଶାଳ ଜଙ୍ଗଲରେ ଡେରା ପକାଇଥିଲେ । ଆଜି ଅପରାହ୍ନ ପ୍ରାୟ ୫.୩୦ ମିନିଟ୍‌ ସମୟରେ ହାତୀ ଦେଖିବାକୁ ଯାଇଥିବା କୃଷ୍ଣପୁର ଗ୍ରାମର କ୍ଷୀରୋଦ ମହାନ୍ତ ଜଙ୍ଗଲ ଭିତରକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ହାତୀ କ୍ଷୀରୋଦଙ୍କୁ ଶୁଣ୍ଢରେ ଉଠାଇ ଫୋପାଡି ଦେଇଥିଲା । ଘଟଣା ସ୍ଥଳରେ ଥିବା ବନ ବିଭାଗ କର୍ମଚାରୀମାନେ ଆହତ କ୍ଷୀରୋଦଙ୍କୁ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିବା ବେଳେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟକୁ ରେଫର୍‌ କରାଯାଇଛି ।

hiranchal ad1
Leave A Reply

Your email address will not be published.

20 − eighteen =