ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟରେ କୃଷି ଡ୍ରୋନ ଓ ହାଇବ୍ରିଡ୍‌ ବିହନ ଅବଗାହନ କୃଷକ ସଭା

0 132

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଉପକଣ୍ଠ ଆର ସୀତାପୁରଠାରେ ଥିବା ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟର ଅଡିଟୋରୀୟମ ହଲ ଠାରେ କୃଷି ଡ୍ରୋନ ଏବଂ ହାଇବ୍ରିଡ଼ ବିହନ ଅବଗାହନ ସଭା ଚାଷୀମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରେସିଭ ଚାଷୀ, ବିହନ ଓ ସାର ବିକ୍ରୟ ଦୋକାନୀ, ସମବାୟ ଡିଲର, କୃଷି ସହ ଜଡ଼ିତ ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କମ୍ପାନୀ ତାଙ୍କର ସୁପେରୀଓ ହାଇବ୍ରିଡ୍‌ ଧାନ (ରୋଇଜ୍‌ ୧୦୦), ମକା (ଆମେଜ୍‌ ୧୦୦) ଏବଂ ଭେଣ୍ଡି (ୱଣ୍ଡର ୧୦୦) ଇତ୍ୟାଦି ବିହନକୁ ଚାଷୀଙ୍କୁ ପରିଚୟ କରାଇବା ସହ ଡ୍ରୋନ ମାଧ୍ୟମରେ କିପରି ଜମିରେ କମ ସମୟରେ ସିଞ୍ଚନ କରାଯାଇ ପାରିବ ତାହା ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରତୀକ ପଣ୍ଡା ଡିଡିଏମ-ନାବାର୍ଡ, ଡକ୍ଟର ପ୍ରିୟମ୍ବଦା ଓଏଲ୍‌ଏମ୍‌ ଗଜପତି, ଆର ଏମ୍‌ ସି ସଭାପତି ଗଜପତି ରାଓ, ପିତାମ୍ବର ନାୟକ ରାୟଗଡା ବ୍ଲକ୍‌ ଏବଂ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ଼.ଅନିତା ପାତ୍ର, ଭେଙ୍କଟ ଶିବାନନ୍ଦ ଏମଡି, ଜି ଟି ଆଇ ଡି ଏସ ପ୍ରଫେସର ଜେ. ଅନୀଲ କୁମାର, ଆସୋଶିଏଟ ଡିନ୍‌ ପ୍ରଫେସର. ଚନ୍ଦ୍ର ଶେଖର ରାଓ,ପ୍ରଫେସର. ସୁବାରାଓ, ପ୍ରଫେସର ୱାଇ. ଭି. ପ୍ରତାପ ପ୍ରମୁଖ ଯୋଗ ଦେଇ ହାଇବ୍ରିଡ୍‌ ବିହନର ଉପଯୋଗ ଏବଂ ବ୍ୟବସାୟକୁ ଯନ୍ତ୍ରିକରଣ କରିବା ଦ୍ୱାରା ଚାଷୀମାନେ ଲାଭାନ୍ୱିତ ହୋଇପାରିବେ ଏବଂ ଦେଶ ମଧ୍ୟ ଖାଦ୍ୟ ଉତ୍ପାଦନରେ ଅଭିବୃଦ୍ଧି ସାଧନ କରିପାରିବ ବୋଲି ମତବ୍ୟକ୍ତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଏସ ଲିଙ୍ଗରାଜ, ବ୍ଳକ ଚେୟାରମେନ ବୀରରାଜୁ, କୃଷକ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ନିର ଭୂୟାଁ, ସମିତି ସଭ୍ୟ ସଭ୍ୟା, ସରପଞ୍ଚଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

three × 5 =