ଭତ୍ତା ପାଇଁ ବ୍ୟାଙ୍କ ଆସି ବେହୋସ ହେଲେ ୮୦ବର୍ଷୀୟ ବୃଦ୍ଧ

0 54

ପାଟଣାଗଡ଼ : ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ କୁଦେଭଟର ଗାଁର ବୃଦ୍ଧ ବୟସ ୮୦ ପାର । ଜରାଜୀର୍ଣ୍ଣ ଶରୀର । ହାଡ ଉପରେ କେବଳ ଚର୍ମର ଆସ୍ତରଣ । ଉଦୁଉଦିଆ ଦ୍ୱିପହରରେ ବେହୋସ୍‌ ହୋଇ ତଳେ ପଡିଛନ୍ତି ଏଇ ବୃଦ୍ଧ ଜଣଙ୍କ । ପାଖରେ ବୃଦ୍ଧା ପତ୍ନୀ ତାଙ୍କୁ ସାଷ୍ଟାଙ୍ଗ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏ ଦୃଶ୍ୟ ଦେଖିଲେ ଯାହାର ବି ଛାତି ତରଳି ଯିବ । କାହିଁକି, କେଉଁ ପରିସ୍ଥିତିରେ ଏମିତି ଅସହାୟ ଅବସ୍ଥାରେ ବ୍ୟକ୍ତି ଜଣଙ୍କ ପଡିଛନ୍ତି ସେକଥା ଜାଣିବା ପାଇଁ ଆପଣ ଚାହୁଁଥିବେ ନିଶ୍ଚୟ । ଘଟଣା କିଛି ଏମିତି, ବଲାଙ୍ଗୀର ଜିଲ୍ଲା ବେଲପଡା ପଂଚାୟତ କୁଦୋଭଟା ଗାଁର ଏଇ ବୃଦ୍ଧ ରାଜାରାମ ହାତୀ । ବାର୍ଦ୍ଧକ୍ୟ ଭତ୍ତା ପାଇଁ ଟାଣ ଖରାରେ ନଦୀ ପାର ହୋଇ ୨ କିଲୋମିଟର ଚାଲି ଚାଲି ଷ୍ଟେଟ୍‌ ବ୍ୟାଙ୍କ ଶାଖରେ ପହଂଚିଥିଲେ । ଉଭୟ ସ୍ୱାମୀ ସ୍ତ୍ରୀ ଦୁଇ ମାସର ଭତ୍ତା ଆଣିବା ପାଇଁ ଆସିଥିଲେ ବ୍ୟାଙ୍କ । ହେଲେ ବିଡମ୍ବନା ପତ୍ନୀଙ୍କର ଭତ୍ତା ଟଙ୍କା ଖାତାରେ ଜମା ହୋଇଥିବାବେଳେ ରାଜାରାମଙ୍କର ଖାତାକୁ ଟଙ୍କା ଆସିନଥିବା କହିଥିଲେ ବ୍ୟାଙ୍କ ବାବୁ । ଚରମ ଦୁଃଖ ଆଉ ହତାଶା ଭିତରେ ଫେରିବା ବେଳେ ରାସ୍ତାକଡରେ ବେହୋସ୍‌ ହୋଇ ପଡିଛନ୍ତି ରାଜାରାମ । ନିରାଶ ଓ ଅସହାୟ ବୃଦ୍ଧା ପତ୍ନୀ ଅନ୍ୟମାନଙ୍କୁ ବିକଳରେ ସାହାଯ୍ୟ ମାଗିଥିଲେ । କିଛି ସହୃଦୟ ବ୍ୟକ୍ତି ଆମ୍ବୁଲାନ୍ସକୁ ଫୋନ କରି ତାଙ୍କୁ ବେଲପଡା ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଛନ୍ତି । ଏଇ ଘଟଣାକୁ ଦେଖିଲେ ପ୍ରଶ୍ନ ଆସୁଛି ରାଜାରାମଙ୍କ ପରି ବ୍ୟକ୍ତି ମାନଙ୍କ ପାଇଁ ଯୋଜନା ଦୂରକୁ ଚାଲିଯାଉନି ତ ?

hiranchal ad1
Leave A Reply

Your email address will not be published.

10 − 8 =