ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ ବୌଦ୍ଧ ଶାଖା ତରଫରୁ ସମ୍ବର୍ଦ୍ଧନା ସଭା

0 106

ହରଭଙ୍ଗା : ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ(ଆରଏସ୍‌ଏପି) ବୌଦ୍ଧ ଓଡିଶା ଆନୁକୂଲ୍ୟରେ ହାଭେଷ୍ଟ ବ୍ଲେସିଙ୍ଗ ହୋମ ହରଭଙ୍ଗା ବ୍ଲକ ସାନବାଗବର ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ଅନୁଷ୍ଠାନର ସାଧାରଣ ସଂପାଦକ ନବୀନ କୁମାର ଭଏନା ସଂଯୋଜନା କରିଥିଲେ ଏବଂ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ ତଥା ସମାଜସେବୀ କ୍ଷେତ୍ରବାସୀ ଭୋଇ, ସମ୍ମାନିତ ଅତିଥି ଭାବରେ ସମାଜସେବୀ ଇ. ବିକାଶ ମହାକୁଡ, ଅର୍ଜୁନ ମହାନନ୍ଦିଆ, ରାଜେନ୍ଦ୍ର ବେହେରା, କୃପାସିନ୍ଧୁ ବେହେରା, ପ୍ରତାପ କୁମାର ପ୍ରଧାନ, ବିଶ୍ୱାମିତ୍ର ତରିଆ, ପ୍ରଫୁଲ୍ଲ କୁମାର ମହାନନ୍ଦିଆ, ଅନନ୍ତ ସୁନା, ଟିମନ ମହାନନ୍ଦିଆ, ବୁଲୁ କହଁର ପ୍ରମୁଖ ଅତିଥି ଭାବରେ ମଞ୍ଚାସିନ ଥିଲେ । ସର୍ବ ପ୍ରଥମେ ଭାରତ ରତ୍ନ, ସମ୍ବିଧାନ ପ୍ରଣେତା ବାବା ସାହେବ ଡଃ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ତୈଳ ଫଟୋ ଚିତ୍ରରେ ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରିବା ସହ ପୁଷ୍ପମାଲ୍ୟ କରାଯାଇ ବୁଦ୍ଧଙ୍କ ବାଣୀ ଗାନ ସହ ବାବା ସାହେବଙ୍କ ନାରା ଦିଆଯାଇଥିଲା । ଗତ ତା ୧୫/୦୫/୨୦୨୩ ରିଖରେ ଓପିଏସ୍‌ସି ଦ୍ୱାରା ପରିଚାଳିତ ପରୀକ୍ଷାରେ ଓଇଏସଓ ଓଡିଶା ଶିକ୍ଷା ସେବା ଅଧିକାରୀ ଭାବରେ କୃତକାର୍ଯ୍ୟ ହୋଇଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ବିଲାସପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଣ୍ଡ୍ରିପଡା ନିବାସୀ ତଥା ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦବୌଦ୍ଧ ସଂଗଠନର ବିରିଷ୍ଠ ଉପଦେଷ୍ଟା ନାଥ ଲୁହାଙ୍କ ସୁପୁତ୍ର ଧୀମାନ୍‌ ଅଜୟ କୁମାର ଲୁହାଙ୍କୁ ଉପଢୌକନ ସହ ବିଶ୍ୱ ଜ୍ଞାନୀ ପୁରୁଷ, ଭାରତ ରତ୍ନ ବାବା ସାହେବ ଡଃ.ବି.ଆର.ଆମ୍ବେଦକରଙ୍କ ଏକ ଫଟୋ ଦେଇ ଭବ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ତତୟ ସହ ଅନ୍ୟତମ ଶିକ୍ଷାର ପ୍ରଚଣ୍ଡ ଅଧିକାରୀ ସୋନପୁର ମହାବିଦ୍ୟାଳୟର ପ୍ରାଧ୍ୟାପକ ଡଃ.ମିନକେତନ କୁମ୍ଭାରଙ୍କୁ ମଧ୍ୟ ଉପଢୌକନ ସହ ଗୋଟିଏ ବାବା ସାହେବ ଡଃ.ବି.ଆର.ଆମ୍ବେଦକରଙ୍କ ଏକ ଫଟୋ ଦେଇ ଭବ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥିମାନେ ଶିକ୍ଷାର ମହତ୍ୱ, ଶିକ୍ଷା ଅଧିକାର, ସାମ୍ବିଧାନିକ ଅଧିକାର ଉପରେ ବିସ୍ତୃତ ଭାବେ ମତବ୍ୟକ୍ତ କରିଥିଲେ ଏବଂ ଅଜୟ କୁମାର ଲୁହା ତାଙ୍କ କୃତିତ୍ୱ ବିଷୟରେ ମତବ୍ୟକ୍ତ କରିଥିଲେ । ଉକ୍ତ ସମ୍ବର୍ଦ୍ଧନା ସଭାରେ ବହୁ ସଦସ୍ୟ ଉପସ୍ଥିତ ରହିଥିଲେ । ଶେଷରେ ଅତିଥିମାନଙ୍କୁ ଅଜତ୍ନ ଲୁହା ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

4 − one =