ହୃଦଘାତରେ ଯୁବକଙ୍କ ମୃତ୍ୟୁ, ୩୦ରେ ଥିଲା ବାହାଘର

0 73

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମହଦା ପଞ୍ଚାୟତ ଅନ୍ତର୍ଗତ କୁମାରକେଲି ଗାଁର ଜଣେ ଯୁବକ ଅଚାନକ ହୃଦଘାତରେ ଶିକର ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ରାମ ପଧାନଙ୍କ ପୁତ୍ର ପିଣ୍ଟୁ ପଧାନ (୨୫) ବୋଲି ଜଣାଯାଇଛି । ତାଙ୍କୁ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆସନ୍ତା ୩୦ ତାରିଖରେ ତାଙ୍କର ବାହାଘର ପାଇଁ ଦିନଧାର୍ଯ୍ୟ ହୋଇଥିବା ଜଣାପଡ଼ିଛି । ଯୁବକଙ୍କ ଅକାଳ ବିୟୋଗରେ ଗାଁରେ ଶୋକର ଛାୟା ଖେଳିଯାଇଛି । ଆଜି ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

hiranchal ad1
Leave A Reply

Your email address will not be published.

19 + 14 =