ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

0 55

ବୌଦ୍ଧ,୨୨/୫:- ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଏକ ବିଶେଷ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ସ୍ଥାନୀୟ ଟାଉନହଲ ଠାରେ ଅନୁଷ୍ଠିତ ହୋଇଥିଲା । ଆଜିର କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ତରଫରୁ କନ୍ଧମାଳ ଲୋକସଭାର ପ୍ରଭାରୀ ଶ୍ରୀ ନିରଞ୍ଜନ ମିଶ୍ର ମୁଖ୍ୟଅତିଥି ରୂପେ ଯୋଗଦାନ କରି ଆଗାମୀ ମେ ୩୦ ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଏକମାସ ବ୍ୟାପି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଜିଲ୍ଲା, ମଣ୍ଡଳ, ଶକ୍ତିକେନ୍ଦ୍ର ଓ ବୁଥ ସ୍ତରୀୟ ଅନୁଷ୍ଠିତ ହେବ ବୋଲି କହିବାସହ ସେସବୁ କାର୍ଯ୍ୟକ୍ରମ ପାଇଁ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଉପସ୍ଥିତ ଥିବା ଜିଲ୍ଲାର ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା, ମଣ୍ଡଳ, ଶକ୍ତିକେନ୍ଦ୍ର ଓ ବିଭିନ୍ନ ୭ ଗୋଟି ମୋର୍ଚ୍ଚାର କର୍ମକର୍ତ୍ତା ପ୍ରମୁଖ ମାନଙ୍କୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀଙ୍କ ୯ ବର୍ଷ ଧରି ଶାସନ କାଳରେ ହୋଇଥିବା ଲୋକହିତକର କାର୍ଯ୍ୟଗୁଡିକ କିପରି ସବୁସ୍ତରରେ ସୁବ୍ୟବସ୍ଥିତ ଭାବରେ ବୁଥ ସ୍ତରୀୟ ଲୋକଙ୍କ ପାଖରେ ପହଞ୍ଚିପାରିବ ସେସବୁ ଉପରେ ମାର୍ଗଦର୍ଶନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପିର ପୂର୍ବତନ ପ୍ରଥମ ବିଜେପି ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନସିଲର ସ୍ୱର୍ଗତ ପ୍ରଫୁଲ୍ଲ କୁମାର ସାହୁଙ୍କ ବିୟୋଗ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । କଣ୍ଟାମାଳ ଓ ବୌଦ୍ଧ ବିଧାନ ସଭା ପାଇଁ ବିଭିନ୍ନ ୧୦ ଗୋଟି ବିଷୟ ଉପରେ ଆଧାରିତ କାର୍ଯ୍ୟକ୍ରମ ” ମହା ଜନ ସମ୍ପର୍କ ଅଭିଯାନ’ ଓ ବିଭିନ୍ନ କାର୍ଯ୍ୟକ୍ରମମାନ ଏକମାସ ଧରହି ସୁବ୍ୟବସ୍ଥିତ ଭାବରେ ପାଳନ କରିବା ପାଇଁ ନିରଞ୍ଜନ ମିଶ୍ରଙ୍କ ସହିତ ରମେଶ କୁମାର ମହାନ୍ତି ଲୋକସଭା ପ୍ରଭାରୀ ଓ ସଂଯୋଜକ ଯଥାକ୍ରମେ ମାର୍ଗଦର୍ଶନ କରିଥିଲେ । ଆଜିର ଏହି ସବୁ କାର୍ଯ୍ୟକ୍ରମରେ ବିଜେପି ବୌଦ୍ଧ ଜିଲ୍ଲା ତରଫରୁ କହ୍ନେଇ ଚରଣ ଡାଙ୍ଗ, ସୁଶାନ୍ତ କୁମାର ପ୍ରଧାନ, ଯୁଗଳ କିଶୋର ସାମଲ, ମାଗୁଣି ଗାଈଗୌରୀଆ, ପ୍ରେମାନନ୍ଦ ମିଶ୍ର, ଚିତ୍ତପାତ୍ର, ସୁଶାନ୍ତ ବାଘ, ତାପସ କୁମାର ପଟ୍ଟନାୟକ, ଶ୍ୟାମ ସୁନ୍ଦର ପୁରୋହିତ, ନିରଞ୍ଜନ ଦାନୀ, ରବି ଦେଓ, ତ୍ରିପୁରାରୀ ବେହେରା, ନମିତାରାଣୀ ଦାସ, ମୀନାରାଣୀ ମିଶ୍ର, ରଶ୍ମିତା ହୋତା, ଶାନ୍ତି ଦନ୍ତା, ପଦ୍ମାଳୟା ପ୍ରଧାନ, ପୁଷ୍ପା ମହଲା ।, ଶମ୍ଭୁ ପ୍ରସାଦ ମୁଣ୍ଡା,ପୂର୍ଣ୍ଣ ଚନ୍ଦ୍ର ଗାଈ ଗୌରୀ ଆ,ଅଞ୍ଜନ ସାହୁ, ମନୋରଞ୍ଜନ ଦାସ,ଗହଳ ମିଶ୍ର, ସଂଗ୍ରାମ ବେହେରା, ସୁଦାମ ମେଣ୍ଡିଲୀ, ଶେଷ ଛାନ୍ଦ, ସୁବାସ ପ୍ରଧାନ, ସତ୍ୟାନନ୍ଦ ପାଣ୍ଡେ, ନବୀନ ହୋତା, ଶମ୍ଭୁ ପ୍ରଧାନ, ବାମନ ବାରିକ, ତପନ ଡ ।ଙ୍ଗ, ଅନିଲ କୁମାର ପ୍ରଧାନ, ଦାଶରଥି ପ୍ରଧାନ, କୈବଲ୍ୟ ପ୍ରଧାନ, ବିଶିକେଶନ ପ୍ରଧାନ, ହରି ବହିଦାର, ଶରତ କର୍ଣ୍ଣ, ଚଞ୍ଚଳ ରଣା, ବିଶ୍ୱମ୍ଭର ମହାକୁଳ ପ୍ରମୁଖ ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

nineteen − eighteen =