ପୁରୀ : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶରଣରେ ଅର୍ଥ ମନ୍ତ୍ରୀ । ଆଜି ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପୁରୀ ଗସ୍ତ ରେ ଆସି ଶ୍ରୀ ମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି । ସିଂହଦ୍ୱାର ନିକଟରୁ ସେବାୟତ ଓ ଶ୍ରୀ ମନ୍ଦିର ଅଧିକାରୀମାନେ ତାଙ୍କୁ ଶ୍ରୀ ମନ୍ଦିର ମଧ୍ୟକୁ ପାଛୋଟି ନେଇଥିଲେ । ନୂତନ ଅର୍ଥମନ୍ତ୍ରୀ ଭାବେ ବିକ୍ରମ କେଶରୀ ଆରୁଖ ଦାୟିତ୍ୱ ନେବା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପାର୍ଶ୍ୱ ଦେବାଦେବୀ ମନ୍ଦିର ଦର୍ଶନ କରି ଫେରିବା ସମୟରେ ସିଂହଦ୍ୱାର ନିକଟରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟର ଅର୍ଥନୀତିକ ସୁପରିଚାଳନା ଓ ରାଜ୍ୟର ଅର୍ଥ ନୀତିର ଅଭିବୃଦ୍ଧି କିପରି ଘଟିବ ଏବଂ ଓଡିଶା ରାଜ୍ୟକୁ ଏକ ଉନ୍ନତ ଓ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ସେଥି ପ୍ରତି ଅର୍ଥ ବିଭାଗ କିପରି ତତ୍ପରତା ସହ କାମ କରିବ ସେ ନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି ବୋଲି କହିଛନ୍ତି ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ମହାପ୍ରଭୁଙ୍କ ଦର୍ଶନ କରି ବେଶ ଖୁସି ବ୍ୟକ୍ତ କରିଛନ୍ତି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଅନ୍ୟପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମଧ୍ୟ ଆଜି ଶ୍ରୀକ୍ଷେତ୍ର ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।