ଭାରତୀୟ ପ୍ରଶାସନିକ ସେବାରେ ହରେକୃଷ୍ଣ ମେହେରଙ୍କ ସଫଳତା

0 89

ସିନାପାଲି: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ହାତୀବନ୍ଧା ଗ୍ରାମର ହରେକୃଷ୍ଣ ମେହେର ଭାରତୀୟ ପ୍ରଶାସନୀକ ସେବାରେ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଥିବା ଜଣାପଡିଛି । ତାଙ୍କ ପିତା ସଦାଶିବ ମେହେର ଜଣେ ସାଧାରଣ ଚାଷୀ ଓ ମାତା ଯୁକ୍ତି ମେହେର ଗୃହିଣୀ ହୋଇଥିବା ବେଳେ ଗାଁ ସ୍କୁଲରେ ପଢିବା ବେଳୁ ହରେକୃଷ୍ଣ ଜଣେ ମେଧାବୀ ଛାତ୍ର ଭାବରେ ଜଣାଶୁଣା ଥିଲେ । ସୂଚନାଯୋଗ୍ୟ ଯେ, ହରେକୃଷ୍ଣ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇ ଆଗରୁ ଦିଲ୍ଲୀ ଠାରେ ଇଞ୍ଜିନିୟର, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମେନେଜର ରହି ବର୍ତ୍ତମାନ ମହାରାଷ୍ଟ୍ରର ମୁମ୍ବାଇ ଠାରେ କଷ୍ଟମ ଅଫିସର ଭାବରେ କାର୍ଯ୍ୟରତ ଅଛନ୍ତି । ଗତବର୍ଷ ଓଡିଶା ପ୍ରଶାସନୀକ ସେବାରେ କୃତକାର୍ଯ୍ୟ ହୋଇ ମଧ୍ୟ ଯୋଗ ଦେଇ ନଥିଲେ । ପରବର୍ତ୍ତୀ ସମୟରେ ୟୁପିଏସସି ପାଇଁ ପ୍ରସ୍ତୁତି ହୋଇ ଆଜି ଏହି ସଫଳତା ପାଇ ସୀମାନ୍ତର ଅନେକଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ହରେକୃଷ୍ଣଙ୍କ ଏହି ସଫଳତାରେ ତାଙ୍କ ବଡ ଭାଇ ଧବଲେଶ୍ୱର ମେହେର ଓ କ୍ଷୀରସିନ୍ଧୁ ମେହେର ଖୁସି ବ୍ୟକ୍ତ କରିଥିବା ବେଳେ ନିଖିଲି ଓଡିଶା ମେହେର ସମାଜର ସଭାପତି ବୈଶମ୍ପାୟନ ମେହେର, ସମାଜର ଜିଲ୍ଲା ସଂପାଦକ ସୁରେଶ୍ୱର ମେହେର, ଗଙ୍ଗାଧର ସାରସ୍ୱତ ସମିତି ସିନାପାଲିର ସଭାପତି ବୈଷ୍ଣବ ମେହେର, ରୂପେଶ ଚଂଦ୍ର ମେହେର, ନବୀନ ଚଂଦ୍ର ମେହେର, ତରୁଣ କୁମାର ମେହେର, ରମେଶ ମେହେର ପ୍ରମୁଖଙ୍କ ସହ ବିଭିନ୍ନ ମହଳରୁ ଶୁଭେଚ୍ଛା ଜଣାଯାଇଛି ।

hiranchal ad1
Leave A Reply

Your email address will not be published.

19 − three =