ଦୁର୍ଗମ ଅଂଚଳକୁ ଜିଲ୍ଲାପାଳଙ୍କ ପରିଦର୍ଶନ, ସ୍ଥାୟୀ ରାସ୍ତା ପାଇଁ ଜିଲ୍ଲାପାଳ ଦେଲେ ପ୍ରତିଶୃତି

0 151

ହରଭଙ୍ଗା,୨୪/୫:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ ପଞ୍ଚାୟତ ଦୁର୍ଗମ ଅଞ୍ଚଳକୁ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଯାଇ ଉକ୍ତ ଦୁର୍ଗମ ଅଞ୍ଚଳ ଗ୍ରାମ ଗୁଡିକରେ ପହଁଚି ସିଧାସଳଖ ଗ୍ରାମବାସୀଙ୍କ ସହ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଯୋଜନା ଗୁଡିକ ଉପରେ ସମୀକ୍ଷା କରିବା ସହ ତୁରନ୍ତ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଦୀର୍ଘ ୧୩କିଲୋମିଟର ଦୁର୍ଗମ ଅଂଚଳ ଅତିକ୍ରମ କରି ଜିଲ୍ଲାପାଳ ଶ୍ରୀ ସାହୁ କାଚପାଜୁ ପ୍ରାଥମିକ ବିଦ୍ୟାଳୟ ନିକଟରେ ପହଁଚି ଗ୍ରାମବାସୀଙ୍କ ସହ ସିଧାସଳଖ ଗ୍ରାମର ବିଦ୍ୟାଳୟ ଶିକ୍ଷାଦାନଠୁ ଆରମ୍ଭକରି ସ୍ୱାସ୍ଥ୍ୟ, ପାନୀୟ ଜଳ, ଆବାସ ଯୋଜନା, ଟେଲିସେବା, ଭତ୍ତା, ପିଡ଼ିଏସ, ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଜୀବିକା ଉପରେ ଥିବା ସମସ୍ତ ସମସ୍ୟା ପଚାରି ବୁଝିବାସହ ଅସୁବିଧାର ତୁରନ୍ତ ସମାଧାନପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅଂଚଳର କଣ୍ଡରା, କାଚପାଜୁ, ସୁଲକେଟି, ବାଙ୍କପାଜୁ ଆଦି ୫ଟି ଘାଟି ପାହାଡ଼ ଡେଇଁ ଦୀର୍ଘ ୧୩ କିଲୋମିଟର ଗଲେ ଏହି ଗାଁ ପଡିଥାଏ କିନ୍ତୁ ପ୍ରଶାସନ ପକ୍ଷରୁ ଆଜିପର୍ଯ୍ୟନ୍ତ ସ୍ଥାୟୀ ରାସ୍ତା ଖଣ୍ଡେ ନଥିବାରୁ ଗ୍ରାମବାସୀ ସରକାରଙ୍କ ମୌଳିକ ସୁବିଧାରୁ ବଞ୍ଚିତ ରହୁଥିବାବେଳେ ବିଶେଷକରି ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ କ୍ଷେତ୍ରରେ ପଛରେ ରହୁଛନ୍ତି । ଜରୁରୀ କାଳୀନ ସମୟରେ ଆମ୍ବୁଲାନ୍ସ, ଦମକଳ, ଜନନୀ ସୁରକ୍ଷା ଭଳି ଯୋଜନା ତାଙ୍କ ପାଇଁ ସପନ ହୋଇଯାଇଛି ବୋଲି ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିବାବେଳେ ତୁରନ୍ତ ଏକ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ୪ଖଣ୍ଡ ଗ୍ରାମବାସୀ ନିବେଦନ କରିଥିଲେ । ଏପରିକି ଜିଲ୍ଲାପାଳ ମଧ୍ୟ ଗ୍ରାମକୁ ରାସ୍ତା ହିଁ ମୁଖ୍ୟ ବାଧକ ବୋଲି ସ୍ୱୀକାର କରିବାସହ ଉକ୍ତ ଗ୍ରାମକୁ ୧୩ କିଲୋମିଟର ପର୍ଯ୍ୟନ୍ତ ଏକ ସ୍ଥାୟୀ ରାସ୍ତା ତୁରନ୍ତ ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ମଧ୍ୟ ଦୁର୍ଗମବାସୀ ବେଶ ପ୍ରଶଂସା କରିଥିବା ଜଣାପଡିଛି । ଏପରିକି ଗ୍ରାମବାସୀଙ୍କ ପାଇଁ ମାଛ, କୁକୁଡ଼ା, ଛେଳି ଭଳି ଉନ୍ନତ ମାନର ଚାଷ ପାଇଁ କିପରି ସରକାରୀ ପ୍ରୋତ୍ସାହନ ସହାୟତା ସହିତ ଦୁର୍ଗମ ଅଞ୍ଚଳରୁ ମିଳୁଥିବା ଜଙ୍ଗଲଜାତ ଦ୍ରବ୍ୟ ହଳଦୀ, ଅଦା ସୋରିଷ, ଆମ୍ବ, ପଣସ ଆଦି ଅତ୍ୟଧିକ ଉତ୍ପାଦନ ଦିଗରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଖଜୁରୀ ସଂଗ୍ରହ କରି କିପରି ଗୁଡ଼ ତିଆରି ହୋଇପାରିବ ସେନେଇ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ । ସମସ୍ୟାର ଆଲୋଚନା ପରେ ତୁରନ୍ତ ୫ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଥିବାବେଳେ ଏକ ଅସହାୟ ବୃଦ୍ଧା ଗୋପ ଦେହୁରୀଙ୍କୁ ଝାଡ୍ରାଜିଂ ବୃଦ୍ଧାଶ୍ରମକୁ ପଠାଇଥିଲେ । ଏହି ପରିଦର୍ଶନରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର, ଡି ଏଫ ଓ ଦେବପ୍ରିୟ କମ୍ପ, ଜିଲ୍ଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ, ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାଏକ, ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂ ଓ ଜିଲ୍ଲାର ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eleven − 5 =