ଆନ୍ଧ୍ର ବୋର୍ଡ ପରୀକ୍ଷାରେ କମାଲ ଦେଖାଇଲେ ଓଡିଆ ପୁଅ

0 377

ପାରଳାଖେମୁଣ୍ଡି : ଓଡ଼ିଆ ପୁଅ ଆନ୍ଧ୍ରରେ ଓଡିଶାର ଟେକ ରଖିଲେ । ଆନ୍ଧ୍ର ବୋର୍ଡ ପରୀକ୍ଷାରେ ଦେଖାଇଲେ କମାଲ । ଓଡିଶାର ଗଞ୍ଜାମ ଜିଲ୍ଲାର ପ୍ରକୃତ ବାସିନ୍ଦା ବର୍ତ୍ତମାନ ପ୍ରବାସୀ ଓଡ଼ିଆ ଭାବେ ଆନ୍ଧ୍ରର ବିଚ୍ଛିନ୍ନାଞ୍ଚଳରେ ରହି ଓଡିଆ ଭାଷାରେ ମାଟ୍ରିକ ପରୀକ୍ଷା ଦେଇ ଓଡିଶାର ମାନ ସମ୍ମାନ ରଖି ବେଶ ପ୍ରଶଂସିତ ହୋଇପାରିଛନ୍ତି । ଆନ୍ଧ୍ର ବୋର୍ଡ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାରୀ କରି ନିଜର କମାଲ ଦେଖାଇବ ସହ ଓଡିଶାର ସମ୍ମାନ ଆନ୍ଧ୍ରରେ ବୃଦ୍ଧି କରିପାରିଛନ୍ତି । ସୂଚନାଯୋଗ୍ୟ ଯେ,ଗଜପତି ଜିଲ୍ଲା ସୀମାନ୍ତ ତଥା ପାରଳାଖେମୁଣ୍ଡି ଠାରୁ ମାତ୍ର ୩ କିମି ଦୂର ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ଜଣେ ପ୍ରବାସୀ ଓଡ଼ିଆଙ୍କ ପୁଅ ମିଟୁ ଆନ୍ଧ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ସାଜିଛନ୍ତି । ପାରଳାଖେମୁଣ୍ଡି ଠାରୁ ମାତ୍ର ୩ କିମି ଦୂର ପୁରୁଣା ପାଟଣା ଗ୍ରାମରେ ମେକାନିକ କାର୍ଯ୍ୟ କରି ନିଜ ପରିବାର ପୋଷଣ କରୁଥିବା ଦୁର୍ଗା ମହାପାତ୍ରଙ୍କ ପୁଅ ମିଟୁ ମହାପାତ୍ର ୯୯%ମାର୍କ ରଖି ଆନ୍ଧ୍ର ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଓ ଶ୍ରୀକାକୁଲମ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାରୀ କରିଛନ୍ତି । ଏହି ରିଜଲ୍ଟ ପ୍ରକାଶ ପାଇବା ପରେ ନିଜ ପରିବାର ତଥା ଆନ୍ଧ୍ରରେ ରହୁଥିବା ଓଡ଼ିଆ ସମାଜ ଓ ଉତ୍କଳ ସମ୍ମିଳନୀ ପକ୍ଷରୁ ମିଟୁକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରି ଆନ୍ଧ୍ରର ବିଛିନ୍ନାଂଚଳରେ ରହି ଓଡିଆ ଭାଷାରେ ପାଠ ପଢି ଓଡ଼ିଆ ମାଟିର ଟେକ ରଖିଥିବାରୁ ଆନ୍ଧ୍ରରେ ଓଡିଆ ମାନଙ୍କ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇ ପାରିଛି ବୋଲି ଉତ୍କଳ ସମ୍ମିଳନୀ ପକ୍ଷରୁ ପ୍ରକାଶ କରାଯାଇଛି । ଦୃଢ଼ତା ଓ ଏକାଗ୍ରତା ତଥା ନିଜର କଠୋର ଇଚ୍ଛା ବଳରେ ସେ ଏହି କୃତିତ୍ୱ ପାଇଥିବା ମିଟୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଭବିଷ୍ୟତ ରେ ସେ ଜଣେ ଆଇପିଏସ ଅଫିସର ହେବାର ସ୍ୱପ୍ନ ଦେଖିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟଯେ ମିଟୁଙ୍କ ପିତା ପ୍ରକୃତରେ ଓଡିଶାର ଗଞ୍ଜାମ ଜିଲ୍ଲାର ବାସିନ୍ଦା ଅଟନ୍ତି । ହେଲେ ବହୁ ବର୍ଷ ହେଲା ପେଟ ପାଟଣା ପାଇଁ ପରିବାର ପରିପୋଷଣ ପାଇଁ ଓଡ଼ିଶାର ବିଛିନ୍ନା ଅଞ୍ଚଳ ତଥା ଆନ୍ଧ୍ରର ପୁରୁଣାପାଟଣା ଗ୍ରାମରେ ରହି ମେକାନିକାଲ ଭାବେ କାର୍ଯ୍ୟ କରି ଆସୁଛନ୍ତି । ତାଙ୍କ ପରିବାରର ବୋଝ ସମ୍ଭାଳିବା ସହ ଆର୍ଥିକ ଅଭାବ ସତ୍ୱେ ନିଜ ପୁଅ ମିଟୁକୁ ଦକ୍ଷତାର ପାଠ ପଢ଼ାଇ ଦୁର୍ଗା ମହାପାତ୍ର ଜଣେ ସଫଳ ଓଡିଆ ବାପାର ପ୍ରକୃତ ପରିଚୟ ଦେବା ସହ ଆନ୍ଧ୍ରରେ ଓଡିଶା ତଥା ଓଡ଼ିଆ ପୁଅଙ୍କ ଟେକ ରଖି ପାରିଛନ୍ତି ।

hiranchal ad1
Leave A Reply

Your email address will not be published.

4 × four =