ଆଜି ପବିତ୍ର ଶୀତଳଷଷ୍ଠୀ,ଶ୍ରୀମନ୍ଦିରରେ ସଂଧ୍ୟାଧୂପ ପରେ ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି

0 93

ପୁରୀ: ଆଜି ପବିତ୍ର ଶୀତଳଷଷ୍ଠୀ । ଶ୍ରୀମନ୍ଦିରରେ ସଂଧ୍ୟାଧୂପ ପରେ ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି । ଗତକାଲି ଦେବଦମ୍ପତି ବିବାହ ବନ୍ଧନରେ ବାନ୍ଧି ହେବା ପରେ ଆଜି ଗୁଆଲି ଯାତ୍ରାରେ ବାହାରିଛନ୍ତି । ଆଜି ପବିତ୍ର ଶୀତଳଷଷ୍ଠୀ ଅବସରରେ ତିନିରଥର ସିଂହାସନ ନିର୍ମାଣ ଅନୁକୂଳ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିସହ ରଥର ପାଞ୍ଚଦଣ୍ଡାରେ ଆଗଆଣି, ପଛଆଣି ମୁହାଁଟ ସଂଯୋଗ ସହ ଆଗଆଣି ମୁହାଁଟରେ ପାଞ୍ଚଟି ସାଲଗୁଜ ଉଠି ନିରାଡି ପଡ଼ିଛି ।
ଶ୍ରୀମନ୍ଦିରରେ ଆଜି ପାଳନ ହେବ ଶୀତଳଷଷ୍ଠୀ ଉତ୍ସବ । ଜ୍ୟେଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଅର୍ଥାତ ଗତକାଲି ଶ୍ରୀକ୍ଷେତ୍ରରେ ଥିବା ପଞ୍ଚ ମହାଦେବଙ୍କ ଯଥାବିଧି ଶିବ ବିବାହ ସମ୍ପର୍ଣ୍ଣ ହୋଇଥିଲା । ଏଥିପାଇଁ ଉତ୍ସବ ମୁଖର ହୋଇ ଉଠିଥିଲା ଶ୍ରୀ ଜମ୍ବେଶ୍ୱର, ଶ୍ରୀ ଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀକପାଳମୋଚନ ଓ ଶ୍ରୀନୀଳକଣ୍ଠ ଶ୍ୱର ମହାଦେବ ମନ୍ଦିର । ମଧ୍ୟ ରାତ୍ରରେ ବିବାହ ଶେଷ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିମନ୍ତ୍ରଣ ପାଇ ଆଜି ପଟୁଆରରେ ପଞ୍ଚ ମହାଦେବ ଶ୍ରୀମନ୍ଦିରକୁ ସଂଧ୍ୟାଧୂପ ପରେ ବିଜେ କରିଛନ୍ତି । ଶ୍ରୀଜୀଉଙ୍କ ବଡ଼ସିଂହାର ଭୋଗ ପରେ ଜଗମୋହନରେ ପଞ୍ଚ ମହାଦେବଙ୍କୁ ଆଜ୍ଞାମାଳ ପ୍ରଦାନ କରାଯିବ । ଏହାପରେ ଖଟଶେଜ ଘରୁ ଶ୍ରୀଦୋଳଗୋବିନ୍ଦ ଆଜ୍ଞାମାଳ ପାଇ ପଞ୍ଚ ମହାଦେବଙ୍କ ସହ ଲକ୍ଷ୍ମୀଙ୍କ ଜଗମୋହନରେ ବିଜେ କରିବା ପରେ ଶୀତଳ ଭୋଗ ଓ ବନ୍ଦାପନା ଏକତ୍ର କରାଯିବ । ଶୀତଳଷଷ୍ଠୀ ଅବସରରେ ଶ୍ରୀମନ୍ଦିରରେ ତୃତୀୟ ଜଳକ୍ରୀଡ଼ା ନୀତି ସମ୍ପର୍ଣ୍ଣ ହୋଇଛି । ଶ୍ରୀଜୀଉଙ୍କ ଆଜ୍ଞାମାଳ ପାଇ ଶ୍ରୀମଦନମୋହନ ଓ ଶ୍ରୀଦେବୀ, ଭୂଦେବୀ ରୋହିଣୀ କୁଣ୍ଡ ନିକଟ ଜଳକ୍ରୀଡ଼ା ମଣ୍ଡପରେ ଜଳକ୍ରୀଡ଼ା କରିଛନ୍ତି ।

hiranchal ad1
Leave A Reply

Your email address will not be published.

12 − 3 =