ମେଟ୍ରିକ ଟପ୍ପରଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

0 47

ବୌଦ୍ଧ,୨୫/୫:- ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହଠାରେ ମେଟ୍ରିକ ପରୀକ୍ଷାରେ ବୌଦ୍ଧ ଜିଲ୍ଲାର ଏ-୧ ଗ୍ରେଡ ହାସଲ କରିଥିବା ୮ ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟଅତିଥି ଭାବରେ ପଞ୍ଚାୟତିରାଜ ଓ ପାନୀୟଜଳ,ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ସମସ୍ତ କୃତୀ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଓ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପୁଷ୍ପଗୁଛ,ଉପଢୌକନ ଓ ଉପାଦେୟ ପୁସ୍ତକ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲା ଶିକ୍ଷାଧିକାରୀ ଡଃ. ଉଦୟନାଥ ମାଝୀ ପରିଚାଳନା କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ସତ୍ୟରଂଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟଭଞ୍ଜନ ମଦନ ମୋହନ ପାତ୍ର, ଜିଲ୍ଲାପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର ପ୍ରମୁଖ ଉପସ୍ଥିତ ଥିଲେ । ଏ-୧ ଗ୍ରେଡରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ହେଲେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଅର୍ପିତା ପ୍ରିୟଦର୍ଶିନୀ ଏବଂ ଅପର୍ଣ୍ଣା ମହାପାତ୍ର, ରାଜେନ୍ଦ୍ର ନାରାୟଣ ବିଦ୍ୟାଳୟ ଧଳପୁରର ଦୁଇ ଯମଜ ଭାଇ ଓମପ୍ରକାଶ ହୋତା ଏବଂ ସତ୍ୟପ୍ରକାଶ ହୋତା, ଇନ୍ଦିରା ବାଳିକା ଉଚ୍ଚ ବିଦ୍ୟାଳୟ ମନମୁ୍‌ଣ୍ଡାର ସାନିଆଁ ଦେହୁରୀ, ବାଉଁଶୁଣୀ ବାଳିକା ଉଚ୍ଚବିଦ୍ୟାଳୟର ଅଲିଭା ମହାକୁଳ, ମା ସମଲେଶ୍ୱରୀ ଉଚ୍ଚ ବିଦ୍ୟାଳୟ ଘଣ୍ଟାପଡାର ସାଗର ମଲ୍ଲିକ ଓ ଜନତା ଉଚ୍ଚବିଦ୍ୟାଳୟ ଆମ୍ବଗାଁ ର ପପୁ ପ୍ରଧାନ । ଜୀବନରେ ଜଣେ ସଫଳ ମଣିଷ ହେବା ସହିତ ଜିଲ୍ଲାର ନାମକୁ ଗୌରବାନ୍ୱିତ କରିବାକୁ ମନ୍ତ୍ରୀ ଶ୍ରୀ ଅମାତ ଓ ଜିଲ୍ଲାପାଳ ଶ୍ରୀ ସାହୁ କୃତୀ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶାରିରୀକ ଶିକ୍ଷା ନିରୀକ୍ଷକ ଆନନ୍ଦ କୁମାର ବେହେରା, ଇିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ,ସିଆରସିସି ସନ୍ତୋଷ କର୍ଣ୍ଣ ଓ ଲାଇବ୍ରେରିଆନ ଅକ୍ଷୟ ମହାକୁଡ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ସମ୍ବର୍ଦ୍ଧନା ଉତ୍ସବରେ ସମସ୍ତ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

18 + 12 =