ଜହ୍ନାପଙ୍କ,୨୬/୫:- ବୌଦ୍ଧ କେନ୍ଦୁପତ୍ର ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀପାଲିଠାରେ କେନ୍ଦୁପତ୍ର ଅନୁଦାନରୁ ୮ଲକ୍ଷ ଟଙ୍କାରେ ନିର୍ମାଣ କରାଯାଇଥିବା କେନ୍ଦୁପତ୍ରର ଫଡି ଘରକୁ ଆଜି ଉପବାଚସ୍ପତି ରଜନୀ କାନ୍ତ ସିଂଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଶ୍ରୀ ସିଂ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପାନୀୟ ଜଳ ଓ ପଞ୍ଚାୟତିରାଜ ତଥା ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ, ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ, ବୌଦ୍ଧ ଏସିଏଫ ମିନାକ୍ଷୀ କୁମୁରା, ଭାରପ୍ରାପ୍ତ ବନାଂଚଳ ଅଧିକାରୀ(କେନ୍ଦୁପତ୍ର) ଜିତେନ୍ଦ୍ର କୁମାର ମିଶ୍ର, ବୌଦ୍ଧର ପୁର୍ବତନ ଉପ ନଗରପାଳ ବସନ୍ତ ସ୍ୱାଇଁ, ବ୍ରାହ୍ମଣୀପାଲି ସରପଞ୍ଚ ଅରୁଣ ବାଘ ଯୋଗଦେଇ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଅବଗତ କରାଇଥିଲେ । ରାଜ୍ୟ ସରକାର ବାର୍ଷିକ କେନ୍ଦୁପତ୍ର ତୋଳାଳୀଙ୍କୁ ୨ ଥର ପ୍ରୋତ୍ସାହନ ରାଶି ପ୍ରଦାନ କରିଥିବା ପ୍ରକାଶ କରିଥିଲେ । ସଭାରେ କେନ୍ଦୁପତ୍ର ଡିଏଫଓ ଅରବିନ୍ଦ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଅତିଥି ମାନଙ୍କ ଦ୍ୱାରା ୧୨୦ ଜଣଙ୍କୁ ପତ୍ର କାର୍ଡ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ସମସ୍ତ କେନ୍ଦୁପତ୍ର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।