ଛାମୁଣ୍ଡିଆରେ ମିଲେଟ ଅମଳ ଉତ୍ସବ ପାଳିତ

0 66

ଦଶପଲ୍ଲା : ଆସନ୍ତା ଜୁନ ୫ ତାରିଖ ବିଶ୍ୱ ପରିବେଶ ଦିବସ ସହ ଆନ୍ତର୍ଜାତୀୟ ମିଲେଟ ଦିବସ ପାଳନ ପାଇଁ ଓଡିଶା ମିଲେଟ ମିଶନ ତରଫରୁ ଛାମୁଣ୍ଡିଆ ବାରନାଳିଆ ମଠ ପରିସରରେ ମିଲେଟ ଅମଳ ଉତ୍ସବ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଡିପିଡି ସ୍ୱାଗତିକା ପତି ଓ ଗଣିଆ ସିଡିପିଓ ଉଷାରାଣୀ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ କୃଷି ଅଧିକାରୀ ପ୍ରଦୀପ୍ତ ପଟ୍ଟନାୟକ, ମିଶନ ଶକ୍ତି ବିପିସି ପ୍ରମୋଦ କୁମାର ବେହେରା, ଓଡିଶା ମିଲେଟ ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅଭିଷେକ ପଣ୍ଡା ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ପାରମ୍ପରିକ ଭାବେ ମାଣ୍ଡିଆ, ଜହ୍ନରା, ସୁଆଁ,ବଜାର ଚାଷକୁ ଅଧିକରୁ ଅଧିକ ପ୍ରୋତ୍ସାହନ ଦିଆଯାଇ କିଭଳି ଅଧିକ ଅମଳ କରାଯାଇପାରିବ ସେ ସମ୍ପର୍କରେ ଅତିଥିମାନେ ଉପସ୍ଥିତ ମହିଳା ମାନଙ୍କୁ ବୁଝାଇଥିଲେ । ପ୍ରଥମ ବର୍ଷ ପାଇଁ ମାଣ୍ଡିଆ ଚାଷ କରି ଅମଳ ଓ ବିକ୍ରି କରାଯିବା ପରେ ଏହାର ଲାଭ ଓ ଏଥିରୁ ପ୍ରସ୍ତୁତ ଖାଦ୍ୟର ଉପକାରିତା ସହ ଏହି ଚାଷ ପାଇଁ ଆଗ୍ରହ ସୃଷ୍ଟି କରିବା ପାଇଁ ମିଲେଟ ଅମଳ ଉତ୍ସବ ଆୟୋଜନର ମୂଳ ଲକ୍ଷ୍ୟ ବୋଲି ଆୟୋଜକ ଗଣିଆ ଉନ୍ନୟନ କମିଟିର ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା ସୂଚନା ଦେଇଥିଲେ । ଏହି ଚାଷ ପାଇଁ ମିଲେଟ ମିଶନ ତରଫରୁ ମିଳୁଥିବା ସହାୟତା ସମ୍ପର୍କରେ ଉପସ୍ଥିତ ମହିଳା ମାନଙ୍କୁ ବୁଝାଇଥିଲେ । ଏହି ଅବସରରେ ମିଲେଟ ମିଶନ ତରଫରୁ ବିଶ୍ୱ ପରିବେଶ ଦିବସ ପାଇଁ ଏକ ସଚେତନତା ରଥ ବିଭିନ୍ନ ସ୍ଥାନ ପରିକ୍ରମା କରିଥିବା ବେଳେ ଛାମୁଣ୍ଡିଆ ପଞ୍ଚାୟତର ୨ ଶହରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

five + 15 =