ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ମୁଖ୍ୟ ଶାସନ ସଚିବ ତଥା ଶ୍ରୀ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ସ୍ନାନ ଯାତ୍ରା, ରଥଯାତ୍ରର ନୀତି କାନ୍ତି ସହ ରାଜେନ୍ଦ୍ରଭିସେକ ଠାରୁ ନୀଳାଦ୍ରି ବିଜେ ଯାଏ ସମସ୍ତ ନିତି କାନ୍ତିର ନିର୍ଘଣ୍ଟକୁ ଅନୁମୋଦନ କରାଯାଇଥିଲା । ପୂର୍ବରୁ ଶ୍ରୀ ମନ୍ଦିର ଛତିଶା ନୀଯୋଗ ଓ ନୀତି ସବ କମିଟିର ନୀତି ନିର୍ଘଣ୍ଟକୁ ପରିଚାଳନା କମିଟିରେ ଅନୁମୋଦନ କରାଯାଇଛି । ସେହିପରି ଶ୍ରୀ ମନ୍ଦିର ସେବାୟତ ପିଲାଙ୍କ ପାଇଁ ହେବାକୁ ଥିବା ଗୁରୁକୁଳ ଆସନ୍ତା ୨୦୨୪ -୨୫ ମସିହା ସୁଦ୍ଧା ସାରି ପାଠ ପଢା କିଭଳି ହୋଇ ପାରିବ ସେ ନେଇ ଆଲୋଚନା ହୋଇଥଲା । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଣିକି ମହାପ୍ରଭୁଙ୍କ ଠାରେ ଲାଗି ହେବାକୁ ଥିବା ଗୀତ ଗୋବିନ୍ଦ ଖଣ୍ଡୁଆ ପାଟ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହେବ । ପୁର୍ବରୁ ଖଣ୍ଡୁଆ ପ୍ରସ୍ତୁତ ବେଳେ ରେଶମ ପୋକ ଗୁଡିକ ମରିଯାଉଥିଲେ । ହେଲେ ଏବେ ଏକ ନୂଆ ବୈଶୟିକ ଜ୍ଞାନ କୌଶଳରେ ଏହା ପ୍ରସ୍ତୁତ ହେବ । ରେଶମ ସୂତା ପ୍ରସ୍ତୁତ ବେଳେ ରେଶମ ପୋକ ମରିବ ନାହିଁ । ଫଳରେ କୌଣସି ଜୀବ ହତ୍ୟା ବିନା ଏହି ନୁଆ ଗୀତ ଗୋବିନ୍ଦ ଖଣ୍ଡୁଆ ପ୍ରସ୍ତୁତ ହେବ । ଯାହାକି ମହାପ୍ରଭୁଙ୍କ ଠାରେ ଲାଗି ହେବ । ସେହିପରି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କିଭଳି ଶୀଘ୍ର ଶେଷ ହେବ, ଭକ୍ତ ମାନେ କିଭଳି ଶୃଙ୍ଖଳିତ ଭାବେ ଦର୍ଶନ କରି ଫେରିବେ ସେ ନେଇ ମଧ୍ୟ ଆଲୋଚନା ହୋଇଛି । ସେହିପରି ଶ୍ରୀମନ୍ଦିରର ଥିବା ବିଭିନ୍ନ ସମସ୍ୟା କିଭଳି ଦୂର ହେବ, ଶ୍ରୀ ମନ୍ଦିର ପ୍ରଶାସନକୁ ଅଧିକ କିଭଳି କ୍ରିୟାଶୀଳ କରିହେବ ସେ ନେଇ ମଧ୍ୟ ଆଗାମୀ ଦିନରେ ବିଭିନ୍ନ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ । ତେବେ ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଆଗାମୀ ଦିନରେ ଏ ନେଇ ବିଶେଷ ଆଲୋଚନା କରାଯାଇ ଯାହା କିଛି ପଦକ୍ଷେପ ନିଆଯିବ । ସେହିପରି ପୁରୀ ବାସିନ୍ଦାଙ୍କୁ ସ୍ୱତନ୍ତ୍ର ଏକ ଦ୍ୱାରରେ ପ୍ରବେଶ ଅନୁମତି ନେଇ ଆଗାମୀ ଦିନରେ ଅଲୋଚନା କରାଯାଇ ନିଷ୍ପତ୍ତି ହେବ । ସେହିପରି ଶ୍ରୀ ମନ୍ଦିରରେ ନୀତିକାନ୍ତି ବିଳମ୍ୱକୁ ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ବିଭିନ୍ନ ପର୍ବ ପର୍ବାଣୀରେ ଅନେକ ନୀତି ରହଛି । ସେହିପରି ପୂର୍ବ ଅପେକ୍ଷା ଶ୍ରୀ ମନ୍ଦିରକୁ ଭକ୍ତଙ୍କ ଆଗମନ ଯଥେଷ୍ଟ ବୃଦ୍ଧି ପାଇଛି । ଏଣୁ ମହାପ୍ରଭୁଙ୍କ ନୀତି ସହ ଭକ୍ତଙ୍କ ଦର୍ଶନ ପାଇଁ ମହାପ୍ରଭୁଙ୍କ ନୀତି ବିଳମ୍ୱ ହେଉଚି । ତେବେ ଆଗାମୀ ଦିନରେ ଏହା କିଭଳି ଅଧିକ ଶୃଙ୍ଖଳିତ ହେବ ସେ ନେଇ ଶ୍ରୀ ମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।