ନୟାଗଡ଼-ବାଣିଗୋଛା ଜାତୀୟ ରାଜପଥରେ ବେଆଇନ ହମ୍ପସ୍‌, ବଢୁଛି ଅସନ୍ତୋଷ

0 65

ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଣିଗୋଛା-ନୟାଗଡ଼ ରାସ୍ତାରେ ଶତାଧିକ ହମ୍ପସ୍‌ ରହିଥିବା ଦେଖିବାକୁ ମିଳୁଛି । ଉକ୍ତ ହମ୍ପସ୍‌ ଗୁଡିକ ଯୋଗୁଁ ଛୋଟ ପିଲା, ରୋଗୀ, ଗର୍ଭବତୀ ମହିଳା ଏପରିକି ବରିଷ୍ଠ ନାଗରିକ ବିଭିନ୍ନ ସମୟରେ ବିପଦକୁ ସାମ୍ନା କରୁଛନ୍ତି । ଜାତୀୟ ରାଜପଥ ଉପରେ ଏତେ ଗୁଡ଼ିଏ ହମ୍ପସ୍‌ ନିର୍ମାଣ ପାଇଁ ପ୍ରଶାସନିକ ଅନୁମତି ମିଳିଛି ନା ଗୋଟିଏ ପରେ ଗୋଟିଏ ହମ୍ପସ୍‌ ମନଇଚ୍ଛା ନିର୍ମାଣ ଚାଲିଛି ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗାଡିର ବେଗ ନିୟନ୍ତ୍ରଣ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗୀୟ ଅଧିକାରୀ ଓ ପରିବହନ ବିଭାଗକୁ କାର୍ଯ୍ୟାନୁଷ୍ଠାନ ପାଇଁ କ୍ଷମତା ଦେଇଥିବା ବେଳେ ଏତେ ଗୁଡ଼ିଏ ହମ୍ପସ୍‌ ନିର୍ମାଣ କ୍ଷେତ୍ରରେ ବିଭାଗ କିଭଳି ଯାଣିପାରୁ ନାହିଁ ଅଥବା ସବୁ ଜାଣି ନିରବତାକୁ ଆପଣେଇ ନେଉଛି ତାକୁ ନେଇ ଏବେ ସବୁଠି ଚର୍ଚ୍ଚା । ହମ୍ପସ୍‌ ଗୁଡିକ୍‌ କେଉଁଠି ବିରାଟ ଉଚ୍ଚ ତ ଅନ୍ୟ କେଉଁଠି ଗୋଟିଏ ଜାଗାରେ ଏକାଧିକ ହମ୍ପସ୍‌ ରହିଥିବାର ମଧ୍ୟ ଦେଖିବାକୁ ମିଳିଛି । ହମ୍ପସ୍‌ ବଦଳରେ ଗାଡିର ବେଗ ନିୟନ୍ତ୍ରଣ ପାଇଁ ଯାଞ୍ଚ କଡାକଡି ପାଇଁ ଦାବି ହେଉଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

sixteen − seven =