ବୌଦ୍ଧ ତାଇକୋଣ୍ଡୁ ସଂଘର ପଞ୍ଚମ ବାର୍ଷିକ ଉତ୍ସବ:
୨୬ ଜଣ ବ୍ଲାକବେଲ୍ଟ ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ

0 51

ବୌଦ୍ଧ,୩୦/୫:- ଶାରୀରିକ ଶିକ୍ଷାକୁ ଗୁରୁତ୍ୱ ପ୍ରଦାନ କରି ତାଇକୋଣ୍ଡୁ ସଂଘ ବୌଦ୍ଧରେ ୨୦୧୮ ମସିହାରେ ପ୍ରତିଷ୍ଠା ଲାଭ କରିଥିଲା । ଅଷ୍ଟମ ବେଲ୍ଟ ପରୀକ୍ଷା ସହିତ ବନ୍ୟା ଆଶ୍ରୟସ୍ଥଳୀ ପରିସରରେ ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠାନର ଉପଦେଷ୍ଟା ଦେବାଶିଷ ପୁରୋହିତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଯୋଗଦାନ କରି ଶିକ୍ଷା ସହିତ ଶାରୀରିକ ଶିକ୍ଷା ପ୍ରତି ସମାନ ଗୁରୁତ୍ୱ ଦେଲେ ଆମେ ଜଣେ ଉତ୍ତମ ଓ ଶୃଙ୍ଖଳିତ ମଣିଷର ପରିଚୟ ସୃଷ୍ଟି କରିପାରିବା ବୋଲି ମତ ରଖିଥଲେ । ସମ୍ମାନୀତ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଯୋଗଦେଇ ନିଜର ଛାତ୍ର ଜୀବନର ଅନୁଭୂତି ଉପସ୍ଥାପନା କରି ଶ୍ରେଷ୍ଠ କ୍ରୀଡ଼ାବିତ ହେବାପାଇଁ ସଂକଳ୍ପ ନେବା ଜରୁରୀ ବୋଲି ମତପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ଯୁଗଳ କିଶୋର ସାମଲ ଯୋଗଦେଇ ଶିକ୍ଷା ସହିତ କ୍ରୀଡାକ୍ଷେତ୍ରରେ ରହିଥିବା ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂ ଯୋଗଦେଇ ଖେଳ ଖେଳିଲେ ଆମେ ସୁସ୍ଥ ରହିବା ଏବଂ ପାଠ ପ୍ରତି ଅଧିକ ଧ୍ୟାନ ଦେଇପାରିବା ବୋଲି ଖେଳାଳୀମାନଙ୍କୁ ପରାମର୍ଶ ଦେଇଥିଲେ ।

hiring

ରାଜ୍ୟ ତାଇକୋଣ୍ଡୁ ସଂଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଓ ପ୍ରଶିକ୍ଷକ ଅଞ୍ଜିତ କୁମାର ସାହୁଙ୍କ ମିଳିତ ସହଯୋଗରେ ୭୫ ଜଣ ଛାତ୍ରଛାତ୍ରୀ ଉପଯୁକ୍ତ ତାଲିମ ଗ୍ରହଣ କରି ବିଭିନ୍ନ ବେଲ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ବୌଦ୍ଧ ତାଇକୋଣ୍ଡୁ ସଂଘର ଛାତ୍ରଛାତ୍ରୀମାନେ ନିଜର କ୍ରୀଡା ପ୍ରଦର୍ଶନ କରି ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇ ଜିଲ୍ଲାର ଗୌରବକୁ ଦ୍ୱିଗୁଣିତ କରିଛନ୍ତି । ଅନୁଷ୍ଠାନର ସଭାପତି ଯଜେ୍ଞଶ୍ୱର ମିଶ୍ର ଖେଳପାଇଁ ଆବଶ୍ୟକ ଥିବା ଖେଳପଡିଆ ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇଦେଲେ ଛାତ୍ରଛାତ୍ରୀମାନେ ନିଜର ପାରଦର୍ଶିତା ଦେଖାଇପାରିବେ ବୋଲି ଦାବି କରିଥିଲେ । ବରିଷ୍ଠ ସଦସ୍ୟ ବିଜୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ । ଶେଷରେ ଶବର କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ସଂଘର ଉପ ସଭାପତି ବିଶ୍ୱରଞ୍ଜନ ସାହୁ, ରାମଚନ୍ଦ୍ର ସାହୁ, ଅମନ କୁମାର ସାହୁ, ଅରୁଣ କୁମାର ମେଣ୍ଡଳି, ତ୍ରିଲୋଚନ ବେହେରା, ସଞ୍ଜୟ ନାଏକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

nine − eight =