କୋକାକୋଲା ଫାଉଣ୍ଡେସନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0 64

ଦଶପଲ୍ଲା : କୋକାକୋଲା ଫାଉଣ୍ଡେସନ ପ୍ରକଳ୍ପ ଉନ୍ନତି ଅମ୍ରିତ ସ୍ୱଦେଶୀ ଅନୁଷ୍ଠାନ ପକ୍ଷରୁ ଦଶପଲ୍ଲା ବ୍ଲକ୍‌ , ଘୁଗୁଡିପଡା ଗ୍ରାମପଂଚାୟତ ଅନ୍ତର୍ଗତ ମର୍ଦ୍ଦାବାଡି ଠାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରାମରେ ୧୦ ଏକର ଜମି ଚିହ୍ନଟ କରାଯାଇ ଡେମୋନଷ୍ଟ୍ରେସନ ଆରମ୍ଭ ହୋଇଛି । ଏହି ଅବସରରେ ଭୂମିପୂଜନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଡେମୋନଷ୍ଟ୍ରେସନ ପ୍ରକଳ୍ପରେ ଆମ୍ବ ଚାଷୀମାନେ ତାଲିମ ନେବାର ବ୍ୟବସ୍ଥା ରହିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବୈଜ୍ଞାନିକ କୁନ୍ଦନ କିଶୋର,ସମ୍ମାନିତ ଅତିଥିଭାବେ ଉଦ୍ୟାନବିତ ଡ଼ଃ ପ୍ରଭୁଚରଣ ଲେଙ୍କା,ନୟାଗଡ଼ ଜିଲ୍ଲା ହଟିକଲଚର ଡେପୁଡି ଡାଇରେକ୍ଟର ଲଳିତ ପଣ୍ଡା ପ୍ରମୁଖ ଯୋଗଦେଇ ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ନୟାଗଡ଼, ବୌଦ୍ଧ, କନ୍ଧମାଳ ଜିଲ୍ଲାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ଆଗ୍ରହ ଏବଂ ଜ୍ଞାନକୌଶଳ ସହ ଚାଷୀମାନେ ଚାଷକୁ ଆଗେଇ ନେଲେ ଆମ୍ବ ଚାଷୀମାନେ ୩ଟି ଜିଲ୍ଲାରେ ଉପକୃତ ହେବେ ବୋଲି ବୈଜ୍ଞାନିକ କୁନ୍ଦନ କିଶୋର କହିଥିଲେ । ଅନନ୍ୟାର ପରାମର୍ଶ ଦାତା ଅମରେଶ୍ୱର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରକଳ୍ପ ସଂଯୋଜକ ଅବିନାଶ ମହାନ୍ତି ପରିଚାଳନା କରିଥିଲେ । ପରିଶେଷରେ ଅନନ୍ୟାର କିଶୋର ଚନ୍ଦ୍ର ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

5 × 2 =