ବୌଦ୍ଧରେ ଶ୍ରୀଜିଉମାନଙ୍କ ଦେବସ୍ନାନ ଓ ଗଜାନନ ବେଶ

0 54

ବୌଦ୍ଧ,୪/୬:- ସ୍ଥାନୀୟ ଶ୍ରୀଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ସ୍ନାନମଣ୍ଡପରେ ଆଜି ଶ୍ରୀଜିଉମାନଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଠାକୁରଙ୍କ ସମସ୍ତ ନୀତିକାନ୍ତି ଓ ଭୋଗଲାଗି ହେବାପରେ ବ୍ରାହ୍ମଣ ସମାଜ ତରଫରୁ ବ୍ରାହ୍ମଣମାନେ ଠାକୁରମାନଙ୍କୁ ମନ୍ଦିର ଗମ୍ଭୀରାରୁ ପହଣ୍ଡିରେ ଆଣି ସ୍ନାନ ମଣ୍ଡପରେ ବିରାଜମାନ କରାଇଥିଲେ । ବ୍ରାହ୍ମଣ ସମାଜର କର୍ମକର୍ତ୍ତାମାନେ ସକାଳ ୯ଟାରେ ୧୦୮ କଳସରେ ମହାନଦୀରୁ ଜଳ ଆଣି ସ୍ନାନମଣ୍ଡପରେ ରଖିଥିଲେ । ମୁଖ୍ୟ ପୂଜକଙ୍କ ଦ୍ୱାରା ସ୍ନାନମଣ୍ଡପ ଉପରେ ପାରଂପରିକ ପୂଜାର୍ଚ୍ଚନା ପରେ ଦିନ ପ୍ରାୟ ୧୧ଘଣ୍ଟା ସମୟରେ ଠାକୁରମାନଙ୍କୁ ଏହି ଜଳରେ ସ୍ନାନ କରାଯାଇଥିଲା । କେଉଟସାହି, ନୂଆସାହି ଓ କାଲେଶ୍ୱରରୁ ସଂକୀର୍ତ୍ତନ୍ୟ ଦଳ ଆସି ନାମ ସଂକୀର୍ତ୍ତନ୍ୟ କରିଥିଲେ । ଘଣ୍ଟ, ଶଙ୍ଖ ଓ ହୁଳହୁଳିରେ ସ୍ନାନ ମଣ୍ଡପ ପ୍ରକଂପିତ ହୋଇଉଠିଥିଲା । ସମସ୍ତ ବିଧି ଯେମିତି ସୁରୁଖୁରୁରେ ସମାପନ ହେବ ସେଥିପାଇଁ ମନ୍ଦିର ପରିସରରେ ଜିଲ୍ଲାପ୍ରଶାସନ ତରଫରୁ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ରବୀନ୍ଦ୍ରନାଥ କହଁର ଉପସ୍ଥିତ ରହି ଦେଖାରଖା କରିଥିଲେ । ବ୍ରାହ୍ମଣ ସମାଜ ଓ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ଠିକ୍‌ ଭାବେ ତୁଲାଇଥିଲେ । ଶ୍ରୀଜିଉଙ୍କ ଏହି ସ୍ନାନକୁ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହି ଦର୍ଶନ କରିଥିଲେ । ଏହାପରେ ବେଶକାରୀ ଆଶୁତୋଷ ଦାଶ, କୃଷ୍ଣଚନ୍ଦ୍ର ମିଶ୍ର, ସୁଧୀର ମହାପାତ୍ର ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କୁ ହାତୀବେଶରେ ସଜ୍ଜିତ କରିଥିଲେ । ମହାପ୍ରଭୁଙ୍କ ଏହି ଅପରୂପ ବେଶ ଦେଖିବାକୁ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ।

hiranchal ad1
Leave A Reply

Your email address will not be published.

10 + 13 =